ସମାଜସେବୀ ବସନ୍ତ ଦାସଙ୍କ ପୁଣ୍ୟତିଥିôରେ ସ୍ମୃତିସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଅଭୟା ଲେଖିକା ସ୍ମୃତିସଂସଦ ଆନୁକୂଲ୍ୟରେ ସମାଜସେବୀ ବସନ୍ତ ଦାସଙ୍କ ପ୍ରଥମ ପୁଣ୍ୟତିଥି ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସତୀର୍ଥ ସଭାପତି ଅମର ପ୍ରସାଦ ରାଉତଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ସହରର ନସଡିପୁର ସ୍ଥିତ ସ୍ୱର୍ଗତ ଦାସଙ୍କ ବାସଭବନରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଶିକ୍ଷାବିତ ନୃସିଂହ ଚରଣ ତ୍ରିପାଠୀ, ଶିକ୍ଷକ ଶୁଭାଂଶୁ କୁମାର ଦାସ, ଅଭୟା ଲେଖିକା ସ୍ମୃତି ସଂସଦ ସଭାପତି ବାସନ୍ତୀ ଦାସ, ପାର୍ବତୀ ନାୟକ, ଗୀତାଞ୍ଜଳି ସାହୁ, ସୁଶ୍ରୀ ସଂଗୀତା ନାୟକ, ମହେଶ୍ୱର ମହାନ୍ତି, ମିନତୀ ମହାନ୍ତି, ଜ୍ୟୋସ୍ଣାମୟୀ ପଟ୍ଟନାୟକ, ଦେବଦର୍ଶିନୀ ମହାନ୍ତି, ଭବ୍ୟାମୟୀ ଦାସ, ସୁଷମା ପରିଜା, ବନଲକ୍ଷ୍ମୀ ମହାନ୍ତି, ରାଜକିଶୋର ମହାନ୍ତି, ଅଞ୍ଜଳି ପ୍ରଭା ଦାସ, ସ୍ୱପ୍ନାଂଶୁ ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ କଣ୍ଠଶିଳ୍ପୀ ଗୋଲକ ସେଠୀ ଭକ୍ତି ସଂଗୀତ ଗାନ କରିଥିଲେ ।


