ପ୍ରିମିୟର ଲିଗ୍ ଟି-୨୦: ଲିପୁ ଷ୍ଟ୍ରାଇକର୍ସ ବିଜୟୀ

କଣ୍ଟିଲୋ (ଯୁଗାଦ୍ଧ ନ୍ୟୁଜ): ବରୁଣେଇ କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ କଣ୍ଟିଲୋ ପଲଟନ ପଡ଼ିଆଠାରେ କଣ୍ଟିଲୋ ପ୍ରିମିୟର ଲିଗ୍ (କେପିଏଲ୍) ଟି-୨୦ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍ଘାଟିତ ହୋଇଯାଇଛି । ଅଞ୍ଚଳର ୬ଟି ଦଳକୁ ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚରେ ଅଶୋକ କିଙ୍ଗ୍ସ ବିଜୟୀ ହୋଇଥିବା ବେଳେ ସୋମବାର ଦ୍ୱିତୀୟ ମ୍ୟାଚରେ ଲିପୁ ଷ୍ଟ୍ରାଇକର୍ର୍ସ ବିପକ୍ଷ ଓମ୍ ସୁପରକିଙ୍ଗ୍ସକୁ ୮ ୱିକେଟରେ ପରାଜିତ କରିଛି । ଟସ୍ ଜିତି ଓମ୍ ସୁପରକିଙ୍ଗ୍ସ ୧୪.୪ ଓଭରରେ ସମସ୍ତ ୱିକେଟ ହରାଇ ୧୦୩ ରନ ସଂଗ୍ରହ କରିଥିଲା । ପ୍ରତିପକ୍ଷ ଲିପୁ ଷ୍ଟ୍ରାଇକର୍ର୍ସ ୧୩.୩ ଓଭରରେ ୨ ୱିକେଟ ବିନିମୟରେ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଲିପୁ ଷ୍ଟ୍ରାଇକର୍ର୍ସର ତପନ ବ୍ୟକ୍ତିଗତ ୫୪ ରନ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ଆସନ୍ତାକାଲି ଲାଲୁ ଡେଭିଲ୍ସ ଟିମ୍ ର ମୁକାବଲା ଶତପଥି ଲାୟନ୍ସ ସହ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ