ପ୍ରୀତ ବାସ ପଣ୍ଡାଙ୍କ ଲିଖିତ “ଅଳ୍ପ ରେ ଗଳ୍ପ” ଉନ୍ମୋଚିତ
(ଯୁଗାବ୍ଦ ନ୍ୟୁଜ )ବ୍ରହ୍ମପୁର ସ୍ଥିତ ହୋଟେଲ ତନ୍ଦୁରୀ-ଇନ ଷ୍ଟେସନ ରୋଡ ଠାରେ ଗତ ରବିବାର ଯୁବ ଆଇନଜୀବୀ ପ୍ରୀତ ବାସ ପଣ୍ଡା ଙ୍କ ଗଲ୍ପ ସଂକଳନ “ଅଳ୍ପ ରେ ଗଳ୍ପ” ର ଉନ୍ମୋଚନ ହୋଇଯାଇଛି । ଏହି ଉତ୍ସବରେ ପ୍ରକାଶକ କୁରେସ ପଣ୍ଡା, ଆଇନ ଜୀବି ଭଗବାନ ସାହୁ , ଶିଶିର ପାଢି , ସୁଧାଁଶୁ ପଣ୍ଡା, ସାମ୍ବାଦିକ ନରସିଂହ ସାହୁ , ଅମ୍ବିକା ପ୍ରସାଦ ଦାସ , ଜିତେନ୍ଦ୍ର ମହାପାତ୍ର , ସୁଦର୍ଶନ ନାୟକ ଓ ପୂର୍ବତନ ବିଧାୟକ ତ୍ରିନାଥ ବେହେରା ,ଶିକ୍ଷାବିତ ସୁରେନ୍ଦ୍ର ନାଥ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇଥିଲେ ।


