ପ୍ରେମ ବିବାହ ପରେ ବାପା ମାଙ୍କ ବିରୋଦ୍ଧରେ ଅଭିଯୋଗ ଆଣିଲା ଝିଅ
ଦୁହେଁ ଦୁହିଁଙ୍କୁ ପରସ୍ପର ଭଲ ପାଉଥିଲେ । ଚିନ୍ତା କରିଥିଲେ ବିବାହ କରିବାକୁ । କିନ୍ତୁ ଝିଅ ଘର ଲୋକ ରୋକଠୋକ ନିଜ ଝିଅକୁ ଦେବା ପାଇଁ ମନା କରିଦେଇଥିଲେ । ଦୁନିଆର ବାପା ଓ ମା ପ୍ରେମ ବିବାହକୁ ସିକୃତି ନଦେବାରୁ ଓ ଅଗ୍ରାହ୍ୟ କରିଦେବାରୁ ନିଜ ଇଛାରେ ଘର ଛାଡି ଝିଅ ଚାଲିଆସିଲା ଭଲ ପାଉଥିବା ପ୍ରେମିକ ଘରକୁ । ଏହା ପରେ ପରିବାରର ସର୍ବ ସମ୍ମତି କ୍ରମେ ପୁଅ ଘରର ପରିବାର ଲୋକେ ନିଜର ପୁଅ ସହିତ ଝିଅର ବାହାଘର କରିଥିଲେ । କିନ୍ତୁ ଝିଅ ଘର ବାପା ଓ ମା ପ୍ରତିଶୋଧ ପରାୟର ହୋଇ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିପାରନ୍ତି ବୋଲି ଝିଅ ଏକ ଭିଡିଓ ଭାଇରାଲ କରିଛି ଏହା ସହ ନିଜର ସୁରକ୍ଷା ପାଇଁ ସେ କହିଛନ୍ତି । ଭିଡିଓରେ ମହିଳା ଜଣକ ଉତ୍ତରପ୍ରଦେଶର ପ୍ରୟାଗରାଜର ଦୀକ୍ଷା ଅଗ୍ରୱାଲ ବୋଲି ଜଣାପଡିଛି ।ସେ ଭୋପାଳର ରିତୁରାଜ ରାଜପୁତଙ୍କୁ ବିବାହ କରିଛନ୍ତି । ଝିଅ ବିବାହ କରିବାର ଜାଣିବା ପରେ ଝିଅ ପରିବାର ଲୋକେ ଘରେ ପହଞ୍ଚି ହଙ୍ଗାମା କରିଛନ୍ତି । ସ୍ୱାମୀ ଓ ଶ୍ୱଶୁର ଓ ଶାଶୁ ଙ୍କର ଯଦି କିଛି ହୁଏ ତେବେ ତାଙ୍କର ବାପା ଓ ମା ଦାୟୀ ରହିବେ ବୋଲି କହିଛନ୍ତି । ବାପା ମା ଶାଶୁ ଘରେ ପହଞ୍ଚି ଆସବାବ ପତ୍ର ଫୋପାଡା ଫୋପାଡି କରିବା ସହ ପାଟିତୁଣ୍ଡ କରିଥଲେ । ପୋଲିସକୁ ଖବର ଦେବା ପାଇଁ କହିବା ପରେ ଝିଅ ଘର ବାପା ଓ ମା ଘଟଣା ସ୍ଥଳ ଛାଡି ଚାଲିଯାଇଥିଲେ ।