ପ୍ରେରଣା ପକ୍ଷରୁ ନୂଆବର୍ଷରେ ସମଗ୍ର ରାଜ୍ୟରେ ୫ ହଜାର ବୃକ୍ଷରୋପଣ, ୭ ହଜାର ବୃକ୍ଷ ବଂଟନ ଓ ଉପହାର ପ୍ରଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପରିବେଶ ସୁରକ୍ଷା, ବୃକ୍ଷରୋପଣ, ଜଙ୍ଗଲ ସୁରକ୍ଷା, ଜୀବଜନ୍ତୁ ଆଦିଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ନୂଆବର୍ଷ ଉପଲକ୍ଷେ ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ରାଜ୍ୟକ୍ରମ ‘ଫୁଲ ନୁହେଁ, ଗଛ ଉପହାର ପ୍ରଦାନ’, ବୃକ୍ଷରୋପଣ, ବୃକ୍ଷ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ୫ ହଜାର ଚାରା ରୋପଣ, ୭ ହଜାର ଚାରା ବଂଟନ ଓ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ଫୁଲ ନୁହେଁ, ଗଛ ଚାରା’ ଉପହାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଭୁବନେଶ୍ୱରରେ ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ, ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତ ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ନରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ସାଂସଦ ମାନସ ମଙ୍ଗରାଜଙ୍କୁ ଭେଟି ଗଛଚାରା ଉପହର ପ୍ରଦାନ କରାଯାଇଥିବା ବେଳେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଓ ବମ୍ବେର ପୂର୍ବତନ ପୋଲିସ୍ କମିଶନର ଶ୍ରୀ ଅରୁପ ପଟ୍ଟନାୟକଙ୍କ ଅନୁପସ୍ଥିତିରେ ତାଙ୍କ ଗୃହରେ ଗଛଚାରା ପ୍ରଦାନ କରାଯାଇଛି । ସେହିପରି ପୋଲିସ୍ ବିଭାଗର ଉଚ୍ଚପଦସ୍ଥ ଅଫିସରମାନଙ୍କୁ ପ୍ରେରଣା ପକ୍ଷରୁ ରୁଷି ପଟ୍ଟନାୟକ, ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ଖୋର୍ଦ୍ଧାରେ ନରେନ୍ଦ୍ର ପୃଷ୍ଟି, ପୁରୀରେ ବଦ୍ରୀ ମିଶ୍ର, କୋରାପୁଟରେ ସୁକୁମାର ବିଶ୍ୱାଳ, ଗଞ୍ଜାମରେ ପୂର୍ଣ୍ଣଚନ୍ଦ୍ର ବେହେରା ଆଦି ଜିଲ୍ଲା କମାଣ୍ଡାଂଟ ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ବୋଲି ପ୍ରେରଣା ଗ୍ରୀନ ଆର୍ମିର ସେନାଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏକ ପ୍ରେସ୍ ବିବୃତିରେ ଜଣାଇବା ସହ ଚଳିତବର୍ଷକୁ ସବୁଜ ବର୍ଷ ଭାବେ ପାଳନ କରାଯାଇ ଓଡ଼ିିଶାର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ବୃକ୍ଷ ବଂଟନ ତଥା ବୃକ୍ଷ ଉପହାର ପ୍ରଦାନ କାର୍ଯ୍ୟକ୍ରମମାନ ଜାରି ରହିବ ବୋଲି ଡଃ ଶ୍ରୀଚନ୍ଦନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ