ପ୍ଲାଷ୍ଟିକ ବ୍ୟବହାରକୁ ବର୍ଜନ ଓ ପରିବେଶ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା)  :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାରକୁ ବର୍ଜନ ଓ ପରିବେଶ ସ୍ୱଚ୍ଛତାକୁ ନେଇ ବିଦ୍ୟାଳୟ ପରିସରରେ ସଫେଇ ଓ ରାଲି ହେବା ସହ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅନୁଷ୍ଠାନର ଅଧ୍ୟକ୍ଷା  ଅମ୍ବିକା ଦେବୀ ଏନ୍ ସି ସି ଛାତ୍ରୀ ମାନଙ୍କୁ ପ୍ଲାଷ୍ଟିକର ଅପକାରିତା ଏବଂ ପ୍ଲାଷ୍ଟିକର ବହୁଳ ବ୍ୟବହାର ଦ୍ବାରା ପ୍ରାଣୀମାନଙ୍କ ସହ ପରିବେଶର କିପରି କ୍ଷତି ହୁଏ ଏବଂ ପ୍ଲାଷ୍ଟିକ ପ୍ରୟୋଗ ନ କରିବା ବିଷୟରେ ଉଦବୋଧନ ଦେଇଥିଲେ । ଏନ୍ ସି ସି ଏ ଏନ୍ ଓ ତଥା ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା କ୍ୟାପ୍ଟନ ଅନିତା କୁମାରୀ ପାତ୍ରଙ୍କ ନେତୃତ୍ବରେ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତାକୁ ନେଇ ଏକ ରାଲି ସହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଏବଂ ଅଣ କର୍ମଚାରୀ ବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ