ଆଇଆରଇଏଲ ମୁଖ୍ୟ ଫାଟକ ସମ୍ମୁଖରେ ଭାରତୀୟ ବିକାଶ ପରିଷଦର ବିକ୍ଷୋଭ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଇଆର ଆଇଏଲ (ଭାରତୀୟ ବିରଳ ମୃତ୍ତିକା) କମ୍ପାନୀର ଦୁର୍ନୀତି , ସିଏସଆର ପାଣ୍ଠି ଟଙ୍କା ଆତ୍ମସାତ, ଲାଞ୍ଚନେଇ ଅନ୍ୟ ଜିଲ୍ଲାର ଯୁବକ /ଯୁବତୀ ମାନଙ୍କୁ ନିଯୁକ୍ତି ଦେବା, ନିଜ ଅଂଚଳର ଯୁବକ/ଯୁବତୀ ମାନଙ୍କୁ ନିଯୁକ୍ତି ନ ଦେବା , ଜମି ଖନନ ପରେ ଲୋକମାନଙ୍କ ଟଙ୍କା ଆତ୍ମସାତ , ଅନ୍ୟ ଜିଲ୍ଲା ଓ ରାଜ୍ୟର ଠିକାଦାର ନିଯୁକ୍ତି ପ୍ରମୁଖ ଦୁର୍ନୀତିର ପ୍ରତିବାଦ ଓ ପ୍ରତିକାର ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଇଆରଆଇଏଲ କମ୍ପାନୀର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହିତ ଏକ ଲିଖିତ ଦାବୀ ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ବର୍ତ୍ତମାନ ୯୨ଗୋଟି ବିଭିନ୍ନ ବର୍ଗର ସ୍ଥାୟୀ ନିଯୁକ୍ତି ପାଇଁ ଦରଖାସ୍ତ ଆହାନ କରାଯାଇଛି , ତାହା ତୁରନ୍ତ ରଦ୍ଦ କରାଯିବା ସହିତ ଅଂଚଳର ସମାନ ଶିକ୍ଷାଗତ ଯୋଗ୍ୟତା ଥିବା ବେକାରୀ ଯୁବକ /ଯୁବତୀଙ୍କ ନିଯୁକ୍ତି ପ୍ରଦାନ କରିବା, ଆଉଟ ସୋରସିଙ୍ଗ ଦ୍ୱାରା ନିଯୁକ୍ତିର ଶତକାଡ ୮୦ ପ୍ରତିଶତ ନିଯୁକ୍ତି କେବଳ ଅଂଚଳବାସୀ ଓ ଗଂଜାମ ଜିଲ୍ଲାର ବେକାରୀ ଯୁବକ ମାନଙ୍କୁ ନିଯୁକ୍ତି ଦେବା, ବାଲି ଖନନ କରିଥିବା ଆର୍ଯ୍ୟପଲ୍ଲୀ , କଣମଣା ଗ୍ରାମ ପଞ୍ଚାୟତର ସମସ୍ତ ପରିବାର ର ବକେୟା ଟଙ୍କା ଥଇଥାନ ନୀୟମ ୨୦୦୬ ପ୍ରକାରେ ତୁରନ୍ତ ତୁରନ୍ତ ପ୍ରଦାନ କରିବା ସହିତ ସମସ୍ତ ପ୍ଲଟ୍ ରେ ବିଭିନ୍ନ ବୃକ୍ଷ ରୋପଣ କରି ଜମି ହସ୍ତାନ୍ତରିତ କରିବା, ସିଏସଆର ପାଣ୍ଠି ଦ୍ୱାରା ଅଂଚଳବାସୀଙ୍କ ପାଇଁ ହସ୍ପିଟାଲ ନିର୍ମାଣ ଓ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା, ଆଇଆରଆଇଏଲ ହତା ମଧ୍ୟରେ ପରିଚାଳିତ ମୋନାଜାଇଟ ପ୍ଲାଟ୍ କୁ ବନ୍ଦ କରିବା ଦାବୀ କାରଣ ସେଥିରୁ ନିର୍ଗତ ବିଶାକ୍ତ ବାଷ୍ପ ଦ୍ୱାରା ଅଂଚଳ ବାସୀ କିଡନୀ ରୋଗରେ ଆକ୍ରାନ୍ତ ହେବା ସହିତ ଜଳ ଓ ପବନ ବିଶାକ୍ତ ହେଉଛି । ଅନ୍ୟ ରାଜ୍ୟ ଓ ଜିଲ୍ଲାର ଠିକାଦାରଙ୍କୁ ତୁରନ୍ତ ବହିଷ୍କାର କରି ଗଂଜାମ ଜିଲ୍ଲାର ଠିକାଦରା ମାନଙ୍କୁ ନିଯୁକ୍ତି ଦେବା , ମାଟିଖାଲ ଓ ଅନ୍ୟାନ୍ୟ ଗ୍ରାମର ଲୋକମାନଙ୍କ ବିରୁଦ୍ଧରେ ରୁଜୁ କରିଥିବା ମିଥ୍ୟା କେସ ଗୁଡିକ ତୁରନ୍ତ ପ୍ରତ୍ୟାହାର କରିବା ସମେତ ବିଭିନ୍ନ ଦାବୀ ଗୁଡିକ ସମ୍ବନ୍ଧରେ ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି । ଉକ୍ତ ଦାବି ଗୁଡିକ ଆଗାମୀ ୧୫ ଦିନ ମଧ୍ୟରେ ପୂରଣ ନ କରାଗଲେ କଣମଣା, ଆର୍ଯ୍ୟପଲ୍ଲୀ, କାଳିପଲ୍ଲୀ ଓ ଅଗସ୍ତି ନୂଆଗାଁ ଆଦି ପଂଚାୟତର ବହୁ ଜନସାଧାରଣ ମାନେ ରାଜରାସ୍ତାକୁ ଓହ୍ଲାଇବା ସହିର ଆଇନ ର ଆଶ୍ରୟ ନେବେ ବୋଲି ଦୃଢ ଚେତାବନୀ ଦେଇଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଭାରତୀୟ ବିକାଶ ପରିଷଦର ଗୁରୁଦେବ ବେହେରା, ଗୁରୁଚରଣ ପାତ୍ର, ରାଜେନ୍ଦ୍ର ଦଳ ବେହେରାଙ୍କ ସମେତ ବହୁ ଅଂଚଳବାସୀ ମାନେ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ