ଫଟୋଗ୍ରାଫି ସମ୍ପର୍କିତ ଜ୍ଞାନ କୌଶଳ ତାଲିମ କର୍ମଶାଳା ରେ ଯୋଗ ଦେଲେ ଛତ୍ରପୁର ବିଧାୟକ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଠାରେ ଫଟୋଗ୍ରାଫି ସମ୍ପର୍କିତ ଜ୍ଞାନ କୌଶଳ ସମ୍ପର୍କିତ ତାଲିମ କର୍ମଶାଳା ସ୍ଥାନୀୟ ସାଇ ଆଙ୍ଗନ ପରିସରରେ ରବିବାର ଛତ୍ରପୁର ଫୋଟଗ୍ରାଫର ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।ଛତ୍ରପୁର ଫଟୋଗ୍ରାଫି ଆସୋସିଏସନର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ କର୍ମଶାଳାର ମହତ୍ତ୍ୱ ଉପରେ ପ୍ରତିପାଦନ କରିଥିଲେ । ଯୁଗ ଉପଯୋଗୀ ଫୋଟ ଓ ଭିଡିଓ ଗ୍ରାଫି ଏବଂ ଆଧୁନିକ ଧରଣ ଜ୍ଞାନ କୌଶଳ ମାଧ୍ୟମରେ ନୂତନ ଯୁବ ପିଢ଼ି ମାନଙ୍କୁ ଆକୁଷ୍ଠ କରିବା ଭଳି ଫୋଟ ଶୈଳୀ ଉପରେ ମାଗ ଦର୍ଶନ କରିଥିଲେ, ଏହି କର୍ମଶାଳା ରେ ଛତ୍ରପୁର,ବ୍ରହ୍ମପୁର, ଇଚ୍ଛାପୁର, ଗଞ୍ଜାମ ଏବଂ ଆଖପାଖ ଅଂଚଳ ର ଫଟୋଗ୍ରାଫେରମାନେ ଯୋଗଦେଇ ଫୁଜି ଫିଲ୍ମ ର କେମେରା ରୁ କ୍ୱାଲିଟି ଫଟୋ ଉତ୍ତୋଳନ କରିବାର ଜ୍ଞାନ କୌଶଳ ଉପରେ ତାଲିମ ନେଇଥିଲେ । କର୍ମଶାଳାରେ ଫୁଜି ଫିଲ୍ମ ଇଣ୍ଡିଆ ର ଆସିଷ୍ଟାଣ୍ଡ ରାକେଶ ସୋନି, ଟେକନୋଲିକାଳ ଅଫିସର ଦେବେଶ ପଟ୍ଟନାୟକ, ମେଣ୍ଟର ମିଥୁନ ଜେନା ପ୍ରମୁଖ ଯୋଗ ଦେଇ ଫୋଟଗ୍ରାଫି ଓ ଭିଡିଓ ଗ୍ରାଫି ବିଷୟରେ ତାଲିମ ପ୍ରଦାନ କରିଥିଲେ lଛତ୍ରପୁର ଫୋଟଗ୍ରାଫର ଆସୋସିଏସନ ପକ୍ଷରୁ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏହି କର୍ମଶାଳାରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇବା ସହିତ ଉତ୍ତରୀୟ ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ଛତ୍ରପୁର ଫଟୋଗ୍ରାଫେର ଆସୋସିଏସନର ଉପଦେଷ୍ଟା ପ୍ରଶାନ୍ତ କୁମାର ମହାରଣା ସଭା ପରିଚାଳନା କରିଥିବାବେଳେ ସମ୍ପାଦକ ଦିଲୀପ କୁମାର ସାମଲ ଶେଷରେ ଧନ୍ୟବାଦ ଜଣାଇଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଉପଦେଷ୍ଠା କାମାକ୍ଷୀ ପ୍ରସାଦ ପଣ୍ଡା ଓ ଲୋକନାଥ ମହାରଣା, ଉପସଭାପତି ପି. ଲଳିତ କୁମାର, ଯୁଗ୍ମ ସମ୍ପାଦକ ବିକ୍ରମ କୁମାର ବେହେରା, କୋଷାଧ୍ୟକ୍ଷ ସି. ହରଗୋପାଳ ଓ ଆସିଷ୍ଟାଣ କୋଷାଧ୍ୟକ୍ଷ ଗିରିଶ ମୋହନ ପାତ୍ରଙ୍କ ସମସ୍ତ ସଦସ୍ୟ ମାନେ ପରିଚାଳନା ରେ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ