ଫନି ପ୍ରଭାବ: କୁକୁଡା,ସୂର୍ଯ୍ୟମୁଖୀ ଓ ପନିପରିବା ଚାଷରେ ବ୍ୟାପକ କ୍ଷତି

ବୋଲଗଡ଼ (ଜୁଗାବ୍ଦ ନ୍ୟୁଜ୍‍): ଗତ ୩ ତାରିଖ ବାତ୍ୟା ଫାନିରେ ବୋଲଗଡ ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି । ସରକାରୀ ସୂତ୍ରରୁ ପ୍ରକାଶ ଯେ, ବୋଲଗଡ ବ୍ଲକ ଅନ୍ତର୍ଗତ ୨୫ଜଣ ଚାଷୀଙ୍କର ୬ହେକ୍ଟର ଜମିର ସୂର୍ଯ୍ୟମୁଖୀ ଚାଷ,୧୩୮ ଚାଷୀଙ୍କର ୬୩ହେକ୍ଟର ଜମିର ପନିପରିବା ଚାଷ ଓ ୮ଜଣ କୁକୁଡା ଚାଷୀଙ୍କର ୧୫ହଜାରରୁ ଉର୍ଦ୍ଧ କୁକୁଡା ମରିଥିବା ଜଣାପଡିଛି । ଏଥିରେ ବିଶେଷକରି ବ୍ରହ୍ମପୁରା ଠାରେ ଥିବା ଅଧ୍ରେନ୍ଦୁ ଚମ୍ପତ୍ତିରାୟ,ଅରଖପଲ୍ଲୀ ଗ୍ରାମର ଶେଖ ତାଜୁରୁଦ୍ଧିନ ଅହମଦ୍,ଶେଖ ମିରାଜୁଦ୍ଧିନ ଅହମଦ୍, ଟିକାତାଳ ଗ୍ରାମର ବସନ୍ତ କୁମାର ସ୍ୱାଇଁ,ମାଣିବନ୍ଧ ଗ୍ରାମର ସୁଶାନ୍ତ କୁମାର ବେହେରା, ବୋଲଗଡର ରଣିଆ ସ୍ୱାଇଁଙ୍କର ଲକ୍ଷାଧିକ ଟଙ୍କାର କୁକୁଡା ଫାର୍ମ ଘର ଭାଙ୍ଗିଯିବା ସହିତ ବହୁ କୁକୁଡା ମରିଛନ୍ତି । ଏସଂକ୍ରାନ୍ତରେ ବୋଲଗଡ ବ୍ଲକ ପ୍ରାଣୀଧନ ଚିକିତ୍ସା ଅଧିକାରୀ ରାଧାଶ୍ୟାମ ଲାଇକ ସୂଚନା ଦେଇଛନ୍ତି । ସୋମବାର ସୁଦ୍ଧା ବ୍ଲକର ୯୦ଭାଗ ରାସନକାର୍ଡଧାରୀ ଲୋକଙ୍କୁ ୨ହଜାର ୫ଶହ ଟଙ୍କା ଓ ୫୦କେଜି ଚାଉଳ ବଣ୍ଟନ ହୋଇଥିବା ବିଡିଓ ମଧୁସୂଦନ ବେହେରାଙ୍କଠାରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ