ଫୁଲୁଛି ମହାନଦୀ ଚିନ୍ତାରେ ନଦୀ କୂଳୀଆ ଗାଁ

(ଯୁଗାବ୍ଦ ନ୍ୟୁଜ)-ଉପରେ ମୁଣ୍ଡରେ ପ୍ରବଳ ବର୍ଷା  ଯୋଗୁ ଫୁଲୁଛି ମହାନଦୀ ଫଳରେ ଆଜି ହୀରାକୁଦ ଡ୍ୟାମର ଦୁଇଟି ଗେଟ୍ ଖୋଲାଯାଇଛି । ଏହା ସହିତ ଆଉ ୧୬ ଟି ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି । ଗତକାଲି ହୀରାକୁଦର ପ୍ରଥମ ଗେଟ୍‌ ଖୋଲିଥିଲା ତିନି ଘଣ୍ଟା ପରେ ଖୋଲାଯାଇଥିବା ୭ ନମ୍ବର ଗେଟ୍‌କୁ ବନ୍ଦ କରାଯାଇଥିଲା ।କାରଣ ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ବନ୍ୟା ଜଳ ଭରି ରହିଥିବାରୁ ଗେଟକୁ ବନ୍ଦ କରି ଦିଆଯାଇଥିଲା । ବର୍ତ୍ତମାନ ହୀରାକୁଦର ଜଳସ୍ତର ରହିଛି ୬୨୧.୬୭ ଫୁଟ । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୫୮ ହଜାର ୩୧୮ କ୍ୟୁସେକ୍‌ ପାଣି । ନିଷ୍କାସିତ ହେଉଛି ୧୫ ହଜାର ୨୯୪ କ୍ୟୁସେକ୍‌ ଜଳ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ