ଫ୍ୟାସନ୍ ଓ ଲାଇଫଷ୍ଟାଇଲ୍ ମେଳା ରେ ସମ୍ବର୍ଦ୍ଧିତ ହେଲା ପିପିଏଲ୍ ଓଡ଼ିଆ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଇଣ୍ଡିଆନ ଚାମ୍ବର ଅଫ କମର୍ସ ଏବଂ ମହିଳା ଉଦ୍ୟୋଗୀ ପରିଷଦ ର ମିଳିତ ସହଯୋଗ ରେ ପାଞ୍ଚଦିନ ଧରି ଆୟୋଜିତ ହେଉଥିବା ଫ୍ୟାସନ୍ ଓ ଲାଇଫଷ୍ଟାଇଲ୍ ମେଳା ୨୦୨୩ ରେ ସମ୍ବର୍ଦ୍ଧିତ ହୋଇଛି ରାଜ୍ୟର ଅଗ୍ରଣୀ ଡିଜିଟାଲ ମିଡ଼ିଆ ନେଟୱାର୍କ ପିପିଏଲ୍ ଓଡ଼ିଆ । ମେଳା ର ପ୍ରଥମ ଦିନରେ ପ୍ରସିଦ୍ଧ କ୍ରିକେଟର ଇରଫାନ ପଠାନ, ଦ୍ଵିତୀୟ ଦିବସ ରେ ବଲିଉଡ ଅଭିନେତା ଜାୟେଦ ଖାନ ଓ ତୃତୀୟ ଦିବସ ରେ ପ୍ରସିଦ୍ଧ ବଲିଉଡ଼ ଅଭିନେତ୍ରୀ ଦୀୟା ମିର୍ଜା ଯୋଗଦେଇଥିଲେ । ୨୦୧୭ ରୁ ଆରମ୍ଭ ହୋଇଥିବା ପିପିଏଲ୍ ଓଡ଼ିଆ ସବୁବେଳେ ସକାରାତ୍ମକ ଖବର ପରିବେଷଣ କରି ଚର୍ଚ୍ଚା ରେ ରହିଥାଏ । କଳା, ସାହିତ୍ୟ , ସଂସ୍କୃତି , କ୍ରୀଡା, ରାଜନୀତି ଓ ମନୋରଞ୍ଜନ ର ଖବର କୁ ବେଶ ଚମତ୍କାର ଢଙ୍ଗରେ ଦର୍ଶକ ଙ୍କ ପାଖରେ ପହଞ୍ଚାଇଥାଏ ପିପିଏଲ୍ ଓଡ଼ିଆ । ପିପିଏଲ୍ ଓଡ଼ିଆ ର ପରିଚାଳନା ନିର୍ଦ୍ଦେଶିକା ଲିପ୍ସା ପଟ୍ଟନାୟକ ଓ ପ୍ରତିଷ୍ଠାତା ତଥା ନ୍ୟୁଜ ହେଡ଼ ରଘୁନାଥ ସାହୁ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ବିଶିଷ୍ଠ ବଲିଉଡ଼ ଅଭିନେତ୍ରୀ ଦୀୟା ମିର୍ଜା । ଏହି ସମ୍ବର୍ଦ୍ଧନା ଉତ୍ସବ ରେ ଆଇ ଏନଡବ୍ଲୁଇସି ର କନଭେନର ସୁକୀର୍ତ୍ତି ପଟ୍ଟନାୟକ ଓ କୋ – କନଭେନର ତନୟା ପଟ୍ଟନାୟକ । ଏହି ସମ୍ମାନ ପିପିଏଲ୍ ଓଡ଼ିଆ ର ସମସ୍ତ କାର୍ଯ୍ୟକର୍ତ୍ତା , ଦର୍ଶକ ଓ ଶୁଭେଛୁ ଙ୍କ ପାଇଁ ସମ୍ଭବ ବୋଲି ପରିଚାଳନା ନିର୍ଦ୍ଦେଶିକା ଲିପ୍ସା ପଟ୍ଟନାୟକ ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ