ବଂଶଧାରା ନଦୀରେ ବୁଡି ଜଣେ ବ୍ୟକ୍ତି ନିଖୋଜ
ଗୁଣପୁର (ୱାଇ ଏନ ଏସ): ରାୟଗଡା ଜିଲ୍ଲା ଗୁଣପୁର ବଂଶଧାରା ନଦୀ ବିକ୍ରମପୁର ତୁଠରେ ଗାଧୋଇ ବାକୁ ଯାଇ ଜଣେ ବ୍ୟକ୍ତି ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ବ୍ୟକ୍ତି ଜଣକ କାଶୀପୁର ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମର ରୂପ ସିଂ ମାଝୀ ବୋଲି ଜଣାପଡ଼ିଛି । ମିଳିଥିବା ସୁଚନା ଅନୁଯାୟୀ ନିଖୋଜ ବ୍ୟକ୍ତି ଜଣକ ଗୁଣପୁର ଅଂଚଳରେ ରହି ଏକ ଘରୋଇ ବିଦ୍ୟୁତକରଣ ଠିକା ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିଲେ । ତେବେ ଆଜି ପୂର୍ବାଂହରେ କିଛି ସହଯୋଗୀଙ୍କ ସହ ବଂଶଧାରା ନଦୀକୁ ଗାଧୋଇବାକୁ ଯାଇଥିଲେ ।ତେବେ ଗାଧୋଇବା ସମୟରେ ନଦୀର ସୁଅ ରେ ଭାସି ଯାଇ ନିଖୋଜ ହୋଇ ଯାଇଥିଲେ ।ଖବର ପାଇ ଗୁଣପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ବୋଟର ସହାୟତା ନେଇ ତଲାସି ଜାରି ରଖିଛନ୍ତି ।ଖବର ଲେଖା ହେବା ବେଳକୁ ନିଖୋଜ ବ୍ୟକ୍ତିଙ୍କ କୌଣସି ସନ୍ଧାନ ମିଳିପାରିନାହିଁ।


