ପେଷା ଆଗରେ ହାର ମାନିଛି ବୟସ, 75 ବର୍ଷ ପରିଣତ ବୟସରେ ମଧ୍ୟ ଅନ୍ତେବାସୀଙ୍କୁ କରୁଛନ୍ତି ଶିକ୍ଷାଦାନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତଥା ଅବସରପ୍ରାପ୍ତ 75 ବର୍ଷରୁ ଉର୍ଦ୍ଧ ପରିଣତ ବୟସର ଶିକ୍ଷକ ବିନୋଦ ଚନ୍ଦ୍ର ଜେନାଙ୍କ ଠାରେ ବୟସ ହାର ମାନିଛି. ବର୍ତ୍ତମାନ ସେ ନବଜୀବନ ଅନାଥାଶ୍ରମରେ ରହୁଥିବା ଛାତ୍ରୀ ମାନଂକୁ ମାଗଣାରେ ଗଣିତ ଓ ବିଜ୍ଞାନ ଶିକ୍ଷାଦାନ କରିଛନ୍ତି। ନିଜର ପରିଣତ ୭୫ ବର୍ଷରୁ ଉର୍ଦ୍ଧ୍ବରେ ସେ ଏହିଭଳି କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଉକ୍ତ ଆଶ୍ରମର ଅଧୀକ୍ଷକ ରାବଣା ବିନୋଦ ଜେନା ଶିକ୍ଷକଙ୍କ ଶିକ୍ଷା ପ୍ରତି ଏଭଳି ମହନୀୟ ଆଗ୍ରହ ପାଇଁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପୂର୍ବରୁ ଅବସରପ୍ରାପ୍ତ ଶିକ୍ଷକ ପାରଳାଖେମୁଣ୍ଡି ମହାରାଜାଙ୍କ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ମାଗଣାରେ ଗଣିତ ଓ ବିଜ୍ଞାନ ଶିକ୍ଷାଦାନ କରିଥିଲେ। ତାଂକର ବିଭିନ୍ନ ନବସ୍ରୁଜନ ଉପସ୍ଥାପନା ମାଧ୍ୟମରେ ବିଭିନ୍ନ ବୈଜ୍ଞାନିକ ପରୀକ୍ଷା ସୋସିଆଲ ମିଡିଆରେ ପ୍ରଶଂସିତ ହୋଇଛନ୍ତି। ପ୍ରକାଶ ଥାଉକି ରାଜ୍ଯ ପାଠ୍ୟକ୍ରମରେ ସେ ଏସସିଆରଟି ଦ୍ବାରା ବହୁବାର ନିମନ୍ତ୍ରିତ ହୋଇ ନିଜର ବିଜ୍ଞାନ ଶିକ୍ଷାଦାନ ଜାରି ରଖିଛନ୍ତି। ତାଙ୍କର ବିଭିନ୍ନ ବିଜ୍ଞାନ ସମ୍ୱନ୍ଧୀୟ ଲେଖା ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଛି। ସେ ମଧ୍ୟ ବହୁ ପୁସ୍ତକ ଲେଖି ତାଂକର ଜ୍ଞାନ ପରିସୀମାକୁ ସାର୍ବଜନୀନ କରିପାରିଛନ୍ତି।


