ହାତୀଓଟ ହାଇ ସ୍କୁଲରେ ଆଞ୍ଚଳିକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

ପୋଲସରା (ଅନୀଲ କୁମାର ମହାରଣା) ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଞ୍ଚଳିକ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ୦୧/୯/୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାସ ଅଧ୍ୟକ୍ଷତା କରିଥିବା ବେଳେ ହାତୀଓଟ ସରପଞ୍ଚ ପ୍ରତନିଧି ଆଇନଜୀବୀ ସୁଶାନ୍ତ କୁମାର ସାହୁ ମୁଖ୍ୟ ଅତିଥି ଓ ବରିଷ୍ଠ ଶିକ୍ଷାବିତ ମୂରଲୀଧର ନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ବ୍ଳକ୍ କ୍ରୀଡ଼ା ସମ୍ପାଦକ ଜ୍ଞାନ ରଞ୍ଜନ ଜାଲି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସାହୁ, ସମିତି ସଭ୍ୟ କାହ୍ନୁ ଚରଣ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ଜେନା, ନିକଟସ୍ଥ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟୁଟୁ କୁମାର ନାଏକ, ବାଲ୍ମୀକି ପ୍ରଧାନ, ପରିଚାଳନା କମିଟି ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରଧାନ ଓ ପ୍ରଫୁଲ୍ଲ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ ଶିକ୍ଷକ ନିରାନନ୍ଦ ସାହୁ ସଂଯୋଜନା କରିଥିବା ବେଳେ ଶିକ୍ଷକ ଶୁଭକାନ୍ତ ସାହୁ ପରିଚାଳନାରେ ସହଯୋଗ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସାହୁ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ  ଆଞ୍ଚଳିକ ସ୍ତରର  ୧୫ଟି ବିଦ୍ୟାଳୟର ଚଉଦ ବର୍ଷରୁ କମ୍ ବର୍ଗରେ  ୫୨ଜଣ ବାଳକ ୪୬ଜଣ ବାଳିକା ଏବଂ ୧୭ବର୍ଷରୁ କମ୍ ବର୍ଗରେ ୧୨୧ଜଣ ବାଳକ ଓ ୩୧ଜଣ ବାଳିକା ଏପରି ମୋଟ ୨୫୦ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡ଼ା ପ୍ରତିୋଗିତାରେ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବୃନ୍ଦ କ୍ରୀଡ଼ା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ତଥା ଆଞ୍ଚଳିକ ସ୍ତରୀୟ କ୍ରୀଡ଼ା ସମ୍ପାଦକ ସମିର କୁମାର ଦଳାଇ କ୍ରୀଡ଼ା ପରିଚାଳନାର ଦାୟିତ୍ବ ଗ୍ରହଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶଙ୍କର ପ୍ରଧାନ, ରମେଶ ଚନ୍ଦ୍ର ସ୍ବାଇଁ, ସୁଶାନ୍ତ କୁମାର ସ୍ବାଇଁ, ଗଣପତି ସାହୁ, ସୂର୍ଯ୍ୟମଣି ସାହୁ,  ଶିକ୍ଷୟିତ୍ରୀ ସୁନିତା କୁମାରୀ ବଡ଼ଜେନା, ସୁଚିସ୍ମିତା ପାତ୍ର, ସବିତା ରାଉତ, ଜ୍ୟୋତିର୍ମୟୀ ସାହୁ, କର୍ମଚାରୀ ଆଶିଷ କୁମାର ପାତ୍ର, ଦୀପକ ପ୍ରଧାନ, କିରଣ କୁମାର ପଲେଇ, ସ୍ବରାଜ ନାଏକ ଶୃଙ୍ଖଳା ରକ୍ଷା କାର୍ଯ୍ୟରେ ସହଯୋଗ କରିଥିଲେ। ବିଦ୍ୟାଳୟର ଏନ୍‌ସିସି, ଜେଆର୍‌ସି, ସ୍କାଉଟ ଏଣ୍ଡ ଗାଇଡ୍ସ ସ୍ୱେଚ୍ଛାସେବୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ