ବଉଳା ଡିଗ୍ରୀ କଲେଜ ସୋସୋରେ ରକ୍ତଦାନ ଶିବିର

ହାଟଡ଼ିହି, (ବିକାଶ ବିଶ୍ୱାଳ):ବଉଳା ଡିଗ୍ରୀ କଲେଜ ସୋସୋରେ ଆଜି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କଲେଜର ଅଧ୍ୟକ୍ଷ ରବିନ୍ଦ୍ର ପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ଉପଖଣ୍ଡ ଡାକ୍ତର ଖାନାର ଡାକ୍ତର ବେଂଜାମିନ ସିରକା, ପରିଚାଳନା କମିଟିର ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟାପକ ରବିନ୍ଦ୍ର କୁମାର ଜେନା ଯୋଗଦେଇ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଭିତରେ ସାମାଜିକ କର୍ତ୍ତବ୍ୟ ବୋଧତା ସମ୍ପର୍କରେ ଆଲୋକପାତ କରିଥିଲେ। ବିଶେଷ କରି ରକ୍ତଦାନ ମହାପୁଣ୍ୟ ର ମର୍ମ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଏହି ରକ୍ତଦାନ ଶିବିରରୁ ୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ନୋଡାଲ ଅଫିସର ଅଧ୍ୟାପକ ନିରାକାର ମହାନ୍ତି, ଅଧ୍ୟାପିକା ଅନ୍ନପୂର୍ଣ୍ଣା ବେହେରା, ଡ଼. ମମତା ସାହୁ, ପଙ୍କଜିନୀ ସାହୁ, କୃଷ୍ଣା କୁମାରୀ ସା, ନିକିତା ଦାସ, ଜ୍ୟୋତିର୍ମୟୀ ପଣ୍ଡା, ଅଧ୍ୟାପକ ନରେନ୍ଦ୍ର କୁମାର ରାଉତ, ପ୍ରଫୁଲ୍ଲ କୁମାର ରାଉତ, ସାଇ ଆନନ୍ଦ ପ୍ରସାଦ ସାହୁ, ଶରତ ରାଉତ, ସୁଶାନ୍ତ କୁମାର ସାହୁ, ସୁରେନ୍ଦ୍ର ପାତ୍ର, ରଙ୍ଗାଧର ପଣ୍ଡିତ, ସୁବାସ ଷଡଙ୍ଗୀ, ରଘୁନାଥ ପାତ୍ର ପ୍ରମୁଖ କଲେଜ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆନନ୍ଦପୁର ରକ୍ତଭଣ୍ଡାର ର ଏଲ. ଟି ସୁଦର୍ଶନ ବେହେରା, ରମାନାଥ ମହାନ୍ତି, ନର୍ସ ସସ୍ମିତା ଦେହୁରୀ, ଅଶୋକ କୁମାର ସୁର, ମଙ୍ଗୁଳି ଚରଣ ସାହୁ ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ