ବଗଡା ପଂଚାୟତରେ ଗଣେଶପୂଜା ଅବସରରେ ବ୍ଲକ ଅଧ୍ୟକ୍ଷଙ୍କ ବୃକ୍ଷରୋପଣ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବଗଡା ପଂଚାୟତରେ ଗଣେଶ ପୂଜା ଅବସରରେ ବୃକ୍ଷରୋପଣ କରାଯାଇଛି । ଏହି ଉପଲକ୍ଷେ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମୁଖ୍ୟ ଅତିଥି ଓ ବିଡିଓ ସୁଧିର କୁମାର ସିଂ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରପଂଚ ନିରୂପମା ପ୍ରଧାନ, ପଂଚାୟତ ସଭାପତି ଦେବ ପ୍ରସାଦ ପାଣି, ନାୟବ ସରପଂଚ ସୁଶାନ୍ତ ସାହାଣୀ, ସମାଜସେବୀ ତଥା ଶିକ୍ଷାବୀତ ଭଜକୃଷ୍ଣ ରାଉତ, ଦିବାକର ଜେନା, ପୂର୍ବତନ ସଭାପତି ସୁରେନ୍ଦ୍ର ନାଥ ସାହୁ, ଚିତ୍ତରଞ୍ଜନ ସାମଲଙ୍କ ସମେତ ପଂଚାୟତର ବହୁ ବୁଦ୍ଧିଜୀବି ଯୋଗଦେଇ ବୃକ୍ଷରୋପଣ କରିଥିଲେ ।