ବଜ୍ରପାତରେ ବୃଦ୍ଧାଙ୍କ ମୃତ୍ୟୁ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଭଞ୍ଜନଗର ଥାନା ଅନ୍ତର୍ଗତ ଗୋଲାପଡା ଗ୍ରାମର ପ୍ରକାଶ ଚନ୍ଦ୍ର ପାଳଙ୍କ ସ୍ତ୍ରୀ ରତ୍ନା ପାଳ (୬୦) ନାମକ ଜଣେ ବୃଦ୍ଧା ମହିଳା ଆଜି ସନ୍ଧ୍ୟାରେ ବଜ୍ରପାତରେ ମୃତ୍ୟୁ ବରଣ ହୋଇଛି ମିଳିଥିବା ସୂଚନା ମୁତାବକ ମହିଳା ଜଣଙ୍କ ସନ୍ଧ୍ୟାରେ ସ୍ଵପ୍ନେଶ୍ଵର ମନ୍ଦିର ନିକଟସ୍ତ ଥିବା ନିଜର ଚାଷ ଜମି କୁ ଯାଇଥିବା ବେଳେ ହଠାତ ବର୍ଷା ପବନ ସହ ବଜ୍ରପାତ ଘଟିବାରୁ ସେ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ଟଳି ପଡିଥିଲେ। ଘଟଣା ସ୍ଥଳରୁ ତାଙ୍କୁ ସଂଗେ ସଂଗେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ ରେ ଭର୍ତ୍ତି କରି ଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷିତ କରିଛନ୍ତି । ଖବର ପାଇ ପୋଲିସ ପହଞ୍ଚି ମୃତ ଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ପୋଲିସ ଘଟଣା ର ତଦନ୍ତ କରିବା ସହିତ, ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ