ବଡଗାଁକୁ ଗଜପତି ଜିଲ୍ଲାପାଳଙ୍କ ପରିଦର୍ଶନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଅଗରଖଣ୍ଡି ଗ୍ରାମପଞ୍ଚାୟତର ଲୋକକଳା ଗ୍ରାମ ବଡଗାଁକୁ ପରିଦର୍ଶନ କରିଥିଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ଓଡିଶାର ଅତୀତ ଐତିହ୍ୟ ସଂସ୍କୃତିର ପରମ୍ପରା ବହନ କରୁଥିବା ଏହି ଗ୍ରାମର ଗ୍ରାମବାସୀମାନଙ୍କର ଉତ୍ସାହ କ୍ରମେ କୋଭିଡ୍ ନିୟମକୁ ସମ୍ନାନ ଦେଇ ପ୍ରତିପାଳିତ କରାଗଲା ଓଡିଆର ସାସ୍କୃତିକ କାର୍ଯ୍ୟକ୍ରମ ସହ ଓଡିଆ ମାନଙ୍କର ପରମ୍ପରା ଅନୁଯାୟୀ ଗ୍ରାମ ଆରମ୍ଭରୁ ରଙ୍ଗ ବେରଙ୍ଗର ଝୋଟି, ତାଳ, ସଙ୍କିର୍ତ୍ତନ ଗୀତ ଗାଇ ମହିଳାମାନେ ହୁଳହୁଳି ଦେଇ ପାଛୋଟି ନେଇ ସଭା ସ୍ଥଳକୁ ନେଇଥିଲେ । ସେଠାରେ ଆଦର୍ଶ କଳାକାର ହରିକୃଷ୍ଣ ବିଶ୍ୱାଳ ମୁଖ୍ୟ ଅତିଥି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କଙ୍କୁ ଆସନରେ ବସାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଗୋଷାଣୀ ବ୍ଲକର ନୂତନ ବିଡିଓ ନୀଳମାଧବ ମାଝୀ, ଜିଲ୍ଲା ସାଂସ୍କୃତିକ ଅଧିକାରୀ ତପଶ୍ୱିନି ହଂସଦା, ସହକାରୀଯନ୍ତ୍ରୀ ହେମନ୍ତ କୁମାର ହୋତା, କନିଷ୍ଠଯନ୍ତ୍ରୀ ନୀଳାଚଳ ମହାପାତ୍ର, ଗ୍ରାମସେବକ ଲକ୍ଷ୍ମୀଧର କହଁର ଆସନ ଅଳଙ୍କୃତ କରିଥିଲେ । ତାହା ସହିତ ଆଦର୍ଶ କଳାକାର ଗୁରଦୀନବନ୍ଧ ବିଶ୍ୱାଳ, ଅନାରି ବିଶ୍ୱାଳ ବାହକ ଅରକ୍ଷିତ ପରିଡା, ଫୁଲ ତୋଡା ଦେଇ ସାଲ ମଣ୍ଡିତ କରିଥିଲେ । ଏସ୍.ଏଚ୍.ଜି. ମହିଳାମାନେ ଓଡିଆ ପରମ୍ପାରା ଅନୁଯୟୀ ବିଭିନ୍ନ ପ୍ରକାର ପିଠା ପ୍ରଦର୍ଶନ କରିଥିଲେ । ହୋ ଦେଖି ଆନନ୍ଦିତ ହୋଇଥିଲେ । ଜିଲ୍ଲାପାଳ କହିଥିଲେ । ରାଜ୍ୟ ସରକାର ଲୋକକଳା ଗ୍ରାମ ବଡଗାଁ ଗ୍ରାମକୁ ୫୦ଲକ୍ଷ ଟଙ୍କା ସହାୟତା କରାଯାଇଥିବା ଘୋଷାଣା କରିଥିଲେ । ଏହି ଟଙ୍କାରେ ଆଗ୍ରହ ଥିବା ଯୁବକ ଯୁବତୀମାନଙ୍କୁ ସଙ୍ଗୀତ ଶିକ୍ଷା ଦେବା ପାଇଁ ସଙ୍ଗୀତ କେନ୍ଦ୍ର ଖୋଲାଯିବା, ଯେ କୌଣସି ଗ୍ରାମର ଯୁବକ ଯୁବତୀ ଶିକ୍ଷା ନେଇ ପାରିବେ ବୋଲି ଆଦର୍ଶ ଗୁରୁ ହରିକୃଷ୍ଣ ବିଶ୍ୱାଳ କହିଥିଲେ । ଶେଷରେ ଏସ୍ଏଚ୍ଜି ମାନଙ୍କୁ ଗଜପତି ସାସ୍କୃତିକ ଅଧିକାରୀ ତପଶ୍ୱିନି ହଂସଦା ପ୍ରାମାଣ ପତ୍ର ଦେଇଥିଲେ । ଗ୍ରାମର ଯୁବକମାନେ ଶଙ୍ଖଳା ରକ୍ଷା କରି ସଭାକୁ ଶେଷକରି ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଜିଲ୍ଲାପାଳ ଶ୍ରୀ ପଣ୍ଡା ବାପୁଜୀପେଣ୍ଠ ଗ୍ରାମ ସ୍ଥିତ ରାଧାଚରଣ ଦାସ ବାଳକ ଉଚ୍ଚ ବିଦ୍ୟାଳ ପରିଦର୍ଶନ କରିଥିଲେ । ଏହି ଉଚ୍ଚ ବିଦ୍ୟାଳୟ ୫ଟିରେ ରୂପାନ୍ତିକରଣ କରାଯାଉଥିବାରୁ କେଉଁ ସ୍ଥଳରେ କଣ ହେବ ତାହା ନେଇ ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା ଏବଂ କନିଷ୍ଠ ଯନ୍ତ୍ରୀ ନୀଳାଚଳ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ । ସେହିପରି ବାଘଶଳା ଗ୍ରାମ ଠାରେ ଥିବା ରାଧାଚଣ ଦାସ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଆଲୋଚନା କରିଥିଲେ । ଜିଲ୍ଲାପାଳ ଫେରିବା ବେଳେ ବାଘଶଳା ଗ୍ରାମ ଛକ ଠାରେ ଯୁବଗୋଷ୍ଠୀ ଜିଲ୍ଲାପାଳଙ୍କୁ ହାଇମ୍ୟାକ୍ସ ଲାଇଟ ସମ୍ପର୍କରେ ଅବଗତ କରାଇଥିଲେ । ଏହାପରେ ବାଘଶଳାର ଏସ୍ଏଚ୍ଜି ମହିଳା ସଦସ୍ୟାମାନେ କୋଭିଡ ସମୟରେ ପ୍ରବାସୀମାନଙ୍କୁ ଖାଦ୍ୟ ଦେଇଥିବା ବାବଦରେ ବିଲ୍ ନପାଇବା ସମ୍ପର୍କରେ ମଧ୍ୟ କହିଥିଲେ ।


