ବଡପଦା ଗ୍ରାମରେ ଅଳିଆ ଆବର୍ଜନା ସଫା କଲେ ବାବା ସାହେବ ଆମ୍ବେଦକର ଯୁବକ ସଂଘ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗାଁର ଅଳିଆ ଆବର୍ଜନା ସଫା କଲେ ବାବା ସାହେବ ଆମ୍ବେଦକର ଯୁବକ ସଂଘ। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପଦା ଗ୍ରାମର ସ୍ଥାନୀୟ ଖ୍ରୀଷ୍ଟିଆନ ସାହିର ବାବା ସାହେ ସେ ବ ଆମ୍ବେଦକର ଯୁବକ ସଂଘ ତରଫରୁ ସମସ୍ତ ସଦସ୍ୟ ସ୍ଵେଚ୍ଛକୃତ ଭାବରେ ଗାଁର ନାଳ ନର୍ଦମା, ରାସ୍ତା କଡ଼ରେ ଥିବା ଅଳିଆ ଆବର୍ଜନା ଭର୍ତ୍ତି ହୋଇଥିବା ରାସ୍ତା କଡ଼ ସବୁ ସଫା କରି ଥିଲେ। ସେହି ସବୁ ନେଇ ଗ୍ରାମରୁ ବହୁ ଦୂର ସ୍ଥାନକୁ ନେଇ ପକାଇ ଥିଲେ। ସୂଚନା ଅନୁସାରେ ଗାଁର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଡ୍ରେନ ଏବଂ ରାସ୍ତା କଡ଼ରେ ପଡ଼ିଥିବା କୁଡ଼ କୁଡ଼ ଅଳିଆ, ଆବର୍ଜନା ଭର୍ତ୍ତି ହୋଇ ଥିଲା। ସାମାନ୍ୟ ବର୍ଷା ହେଲେ ବିଭିନ୍ନ ସ୍ଥାନରେ ଆବର୍ଜନା ପାଣି ଜମିରହୁ ଥିଲା। ଅଳିଆ ଆବର୍ଜନା ରାସ୍ତାକଡ଼ରେ ପଡ଼ି ରହିଥିବା ଫଳରେ ଦୁର୍ଗନ୍ଧ ଏବଂ ମଶା ମାଛି ଙ୍କ ଆବିର୍ଭାବ ହେବା ଦ୍ଵାରା ନାନା ରୋଗରେ ଆକ୍ରାନ୍ତ ହେଉଥିବାରୁ। ଏପରି ଅପରିଷ୍କାର ପରିବେଶ କୁ ଦେଖି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରିବାକୁ ବାବା ସାହେବ ଆମ୍ବେଦକର ଯୁବକ ସଂଘ ର ସମସ୍ତ ସଦସ୍ୟ ସ୍ଵେଚ୍ଛାକୃତ ଭାବରେ ଏହି କାର୍ଯ୍ୟ କରିଥିବା ପ୍ରକାଶ କରିଛନ୍ତି ସଂଘର ସଦସ୍ୟମାନେ । ଏହି କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ସୂର୍ଯ୍ୟ ପରାଗ ଛିଞ୍ଚାଣି, ପ୍ରାଚୀନ ସାହାଜାନ ପାଣି, ଜକ୍ଷୀୟ ଛିଞ୍ଚାଣି, ଏବ୍ରିଆଲ ପାଣି, ଅନ୍ତୁଣୀ ପାଣି , ସରପଞ୍ଚ ପ୍ରିୟଙ୍କା ପାଣି,ସମିତି ସଭ୍ୟ ମନୁଏଲ୍ ଛିଞ୍ଚାଣି ସମେତ ସଂଘ ର ସମସ୍ତ ସଭ୍ୟ ଅଂଶ ଗ୍ରହଣ କରିଥିଲେ।


