ବଡସୁଆଁଳ ଗ୍ରାମ ର ସହିଦ ଅଜିତ ଙ୍କ ଶେଷ କୃତ୍ୟ ସମ୍ପର୍ଣ୍ଣ
ଆଉ ଫେରିବନି ଢେଙ୍କାନାଳ ବଡସୁଆଁଳ ଗାଁର ଅଜିତ ସାହୁ ପୁଅ କୁ ମନେ ପକାଇ ବାହୁନି ବାହୁନି କାନ୍ଦୁଛି ଗାଁ ଠୁ ସହର ଆଜି ସହୀଦ ଅଜିତଙ୍କ ମର ଶରୀର ନିଜ ଗାଁ ପହଁଛିବା ପରେ କାନ୍ଦି କାନ୍ଦି ବିଦାୟ ଦେଇଥିଲେ ଗ୍ରାମବାସୀ । ସୂଚନା ଥାଉ କି ଗତ ମଙ୍ଗଳ ବାର ଦିନ ପୁଲୱାମାରେ ଆତଙ୍କବାଦ ଗୁଳି ରେ ସହିଦ ହୋଇଥିଲେ ଅଜିତ ସାହୁ । ସହିଦ ପୁଅ ର ପାର୍ଥିବ ଶରୀର ବଡସୁଆଁଳ ଗ୍ରାମ ରେ ପହଁଛିବା ପରେ ଅଜିତ ଙ୍କ ଶେଷ ଦର୍ଶନା ପାଇଁ ଲୋକାରଣ୍ୟ ହୋଇଯାଇଥିଲା ତାଙ୍କ ବାସ ଭବନ । ଜିଲ୍ଲା ପ୍ରଶାସନ ତରଫରୁ ରାଷ୍ଟ୍ରିୟ ମର୍ଯ୍ୟଦା ସହ ଶେଷକୃତି ସର୍ମ୍ପଣ୍ଣ କରାଯାଇଛି । ଗାଁ ର ପ୍ରତିଟି ପରିବାର ତାଙ୍କୁ ମନେପକାଇ ଝୁରି ଝୁରି କାନ୍ଦୁଛନ୍ତି । ଅନ୍ୟପଟେ ତାଙ୍କ ବାପା କହିଛନ୍ତି ଯେ ମୋର ପୁତ୍ର ଦେଶ ମାତୃକାର ସେବା କରି ସହିଦ ହୋଇଥିବାରୁ ମୁଁ ଗର୍ବିତ ।


