ବଡ଼ଦିନ ଉପଲକ୍ଷେ ଯୀଶୁଙ୍କ ଜନ୍ମ ଜୟନ୍ତୀ ରେ ସ୍ଵାଗତ ସଂଗୀତ ସମାରୋହ
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ରବିବାର ଦିନ ସ୍ଥାନୀୟ ସି.ଏନ.ଆଇ ଚର୍ଚ୍ଚ ଗାନ୍ଧୀ ନଗର ଠାରେ ପ୍ରଭୁ ଯୀଶୁଙ୍କ ଜନ୍ମ ଦିନର ସ୍ବାଗତ ସଂଗୀତ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି ।ଉକ୍ତ ଧାର୍ମିକ ଉତ୍ସବକୁ ସ୍ଥାନୀୟ ଚର୍ଚ୍ଚ ର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଚନ୍ଦ୍ର ଶେଖର ବାଗଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କରାଯାଇଥିଲା ! ଉକ୍ତ ଧାର୍ମିକ ଉତ୍ସବକୁ ମୁଖ୍ୟ ବକ୍ତା ଭାବେ ରେଭେରେନ ଜୈନ ମାଥୁର ଯୋଗଦେଇ ପ୍ରଭୁ ଯୀଶୁଙ୍କ ଜନ୍ମ ଦିନର ତାତ୍ପର୍ଯ୍ୟ ଓ ଉପାସନାର ପ୍ରଚାର କରିଥିଲେ ! ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ସମ୍ମାନିତ ଅତିଥି ଅବସରପ୍ରାପ୍ତ ସରକାରୀ ଅଧିକାରୀ ତଥା ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ, ଅଭିନେତ୍ରୀ ଡ. ତପସ୍ଵିନୀ ଗୁରୁ, ତଥା ଫର୍ ର ଅଧ୍ୟକ୍ଷା ମୀନାକ୍ଷୀ ମିଶ୍ର ଯୋଗଦେଇ ପ୍ରଭୁ ଯୀଶୁଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଶ୍ରୀମତୀ ଲିଲି ମାଥୁର, ବିଶ୍ବଜିତ ବାଗ ବାକ୍ୟ ପରିବେଷଣ କରିଥିଲେ !ରେଭେରେନ ଆନନ୍ଦ ବାଗ, ସ୍ଥାନୀୟ ପାଳକ ଅମୂଲ୍ୟ ସୁନା, ଶ୍ରୀମତୀ ସୁବାଶୀନୀ ନନ୍ଦ, ଶ୍ରୀମତୀ ଝରଣା ବାଗ, ଜ୍ୟୋସ୍ନା ଦୀପ,ଅପର୍ନା କୁମ୍ଭାର, ରେଣୁବାଳା ଶର୍ମା, ଶ୍ୟାମ ଦୀପ,ଲିବାନ ବାରିକ ପ୍ରମୁଖ ଉପସ୍ଥିତ ରହି ଉପାସନାରେ ସହଯୋଗ କରିଥିଲେ ।ଶେଷରେ ଶ୍ରୀମତୀ କୁମୋଦିନୀ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।