ବଣିକ ସଂଘର 23 ତମ ବାର୍ଷିକ ଉତ୍ସବ : ନୂତନ କର୍ମକର୍ତ୍ତା ମନୋନୟନ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ) :-ବେଲଗୁଣ୍ଠା ବଣିକ ସଂଘର 23 ତମ ବାର୍ଷିକ ଉତ୍ସବ ଏବଂ ସଂଘ କର୍ମକର୍ତ୍ତା ଚୟନ ବେଲଗୁଣ୍ଠା ବଣିକ ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଆୟୋଜିତ ଉତ୍ସବରେ ଦୀର୍ଘ 2022 ମସିହା ପାଇଁ ସଂଘ ସଭାପତି ଭାବେ ପୂର୍ବତନ ଉପସଭାପତି ସିଏଚ୍ ସନତ୍ କୁମାର ସୁବୁଦ୍ଧି, ଉପସଭାପତି ଭାବେ କେ ଜିତେନ୍ଦ୍ର ସୁବୁଦ୍ଧି, ସମ୍ପାଦକ ଭାବେ କୈଳାସ କୁମାର ମହାପାତ୍ର, ଯୁଗ୍ମ ସମ୍ପାଦକ ଭାବେ ପ୍ରଭାତ କୁମାର ସାହୁ, କୋଷାଧ୍ୟକ୍ଷ ଭାବେ ବୁଲୁ ପାତ୍ର ଏବଂ ଉପଦେଷ୍ଟା ଭାବେ ପୂର୍ବତନ ସଭାପତି ପ୍ରଶାନ୍ତ କୁମାର ସାହୁ ମନୋନୀତ ହୋଇଛନ୍ତି I ସେହିଭଳି କମିଟି ସଦସ୍ୟ ଭାବେ ଚନ୍ଦନ କୁମାର ସାହୁ, ଗୁଣ୍ଡିଚା ବେହେରା, ଯୁଧିଷ୍ଠିର ସ୍ୱାଇଁ, ସନ୍ତୋଷ ସାହୁ, ବସନ୍ତ ପ୍ରଧାନ୍, ସନ୍ତୋଷ ମହାରଣା, ବିକ୍ରମ ଶତପଥି, ସୁନୀଲ ପାତ୍ର, ଦୀପକ୍ ପାତ୍ର, ବିରୁପାକ୍ଷ ପାତ୍ର, ସୁରେଶ ସାହୁ, ଚନ୍ଦନ ପାତ୍ର ଏବଂ ସରୋଜ ପାତ୍ର ମନୋନୀତ ହୋଇଛନ୍ତି I ଆଜିର ଏହି କାର୍ଯ୍ୟକ୍ରମକୁ ସରୋଜ ଚନ୍ଦ୍ର ପାତ୍ର ଏବଂ ସିଏଚ୍ ଜିତୁ ପାତ୍ର ପରିଚାଳନା କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ କୋଭିଡ ମହାମାରୀ ସମୟରେ ନିଜକୁ ସୁରକ୍ଷିତ ରଖି ଜୀବନ ଜୀବିକା ନିର୍ବାହ କରିବା ସହ ବେଲଗୁଣ୍ଠା ସହରକୁ ସ୍ଵଚ୍ଛ, ପଲିଥିନ ମୁକ୍ତ ରଖି ଗ୍ରାହକ ମାନଙ୍କୁ ବଣିକ ସଂଘ ତରଫରୁ ଊତ୍ତମ ସେବା ଯୋଗାଇବା ଉପରେ ଆଲୋଚନା ହୋଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ