ବନବିଭାଗ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ତଥା ଘୁମୁସର ଉତ୍ତର ବନଖଣ୍ଡ ଅଧିନସ୍ଥ କେନ୍ଦ୍ରିୟ କ୍ଷେତ୍ର ପରିଚାଳନା ସଂସ୍ଥାନରେ କାର୍ଯ୍ୟକାରୀ ହେଉଥିବା ଓଡିଶା ବନାଞ୍ଚଳ ଉର୍ଣ୍ଣୟନ ପ୍ରକଳ୍ପ ପର୍ଯ୍ୟାୟ ଦୁଇ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସହାଭାଗିତାରେ ଆଜି ଶାଳୁଆପଲ୍ଲୀ ପ୍ରକୃତି ଶିବିର ଠାରେ ବନସୁରକ୍ଷା ସମିତିର ଉପଯୁକ୍ତ ଚକ୍ଷୁ ରୋଗୀ ମାନଙ୍କ ପାଇଁ ଏକ ମେଗା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି I ଏହି ଶିବିରରେ ମୋଟ 130 ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 67 ଲୋକଙ୍କୁ ଅପେରସନ ପାଇଁ ପଠାଯାଇଥିଲା ଓ 14 ଜଣଙ୍କୁ ଚଷମା ଦିଆଯାଇଥିଲା I ଏହା ସହିତ ଜଙ୍ଗଲ ନିଆଁକୁ ଦମନ କରିବା ବାର୍ତ୍ତାକୁ ଜନସମାଜରେ ମନ୍ଥନ କରିବାର ଅଭିସ୍ପାକୁ ଗୁଞ୍ଜରଣ କରି କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ କାଳିଆମ୍ବା ବନପାଳ, ବନରକ୍ଷୀ, କ୍ଷେତ୍ର ପରିଚାଳନା ସଂସ୍ଥାନ କର୍ମଚାରୀ, ସହଭାଗୀ ସ୍ବେଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା, ବନ ସୁରକ୍ଷା ସମିତିର ବନ ସହାୟକ /ସହାୟିକା ଓ ସ୍କ୍ୱାର୍ଡ କର୍ମଚାରୀ ସହଯୋଗ କରିଥିଲେ I


