ବନ୍ଧୁ ମିଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍‌): ଗଞ୍ଜାମ ମହାବିଦ୍ୟାଳୟ ର ପୁରାତନ ବିଦ୍ୟାର୍ଥୀ ଙ୍କ ବନ୍ଧୁ ମିଳନ କାର‌୍ୟ୍ୟକ୍ରମ ଚଳିତମାସ ୧୨ତାରିଖ ଦିନ ହେବାକୁ ଯାଉଥିବା ବେଳେ ଆଲୁମନି ଆସୋସିଏସନ ଏକ ପ୍ରସ୍ତୁତି ବୈଠକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ରଙ୍ଗାନାଥ କାନୁନଗୋ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ ଚଳିତମାସ ବାରତାରିଖ ବିବେକାନନ୍ଦ ଜୟନ୍ତୀ ଦିନ ଦିବା ଦଶଘଣ୍ଟ ଠାରୁ ମହାବିଦ୍ୟାଳୟ ପରିସରରେଆରମ୍ଭ ହେବ । ଏଥିରେ ସମସ୍ତ ପୁରାତନ ବିଦ୍ୟାର୍ଥୀ ମାନେ ଯୋଗଦେଇ ପାରିବେ ସେନେଇ ସମସ୍ତ ଙ୍କ ସହଯୋଗ କାମନା କରାଯାଇଥିଲା । ଉକ୍ତ ଦିନ ପୁରାତନ ବିଦ୍ୟାର୍ଥୀ ମାନଙ୍କ ରେଜିଷ୍ଟେସନ କାରାଯିବ , ଏ ସମ୍ପର୍କରେ ବନ୍ଧୁ ମିଳନ କମିଟିର ଆବାହକ ଅଧ୍ୟାପକ ଅମର ପ୍ରସାଦ ବିଶୋଇ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ