ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲା ଉଦୟଭାନୁ କ୍ଲବ

ଯାଜପୁର (ପ୍ରଦୀପ କୁମାର ମଲ୍ଲିକ )ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇ ବନ୍ୟା ପରିସ୍ଥିତି ଉପୁଜିଛି। ଏଥିଯୋଗୁଁ ଅନେକ ଅଞ୍ଚଳରେ ଜନଜୀବନ ସହ ଗୃହପାଳିତ ପଶୁମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି।ଏହି ପରିପ୍ରେକ୍ଷୀରେ ମଇଁନ୍ଦା ଉଦୟଭାନୁ କ୍ଲବ ପକ୍ଷରୁ ଦଶରଥପୁର ବ୍ଲକର ଖାନନଗର ଓ ଦୁବକଣ ଗାଁର ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚି ସହାୟତା ପ୍ରଦାନ କରାଯାଇଛି। ବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବା ସହ ଗୃହପାଳିତ ପଶୁଙ୍କ ପାଇଁ ଛଣ ବଣ୍ଟନ କରାଯାଇଥିଲା। ଏଥିସହ ରାସ୍ତାରେ ପଡ଼ି ରହିଥିବା ବୁଲା ଗାଈ ଓ ଷଣ୍ଢମାନଙ୍କୁ ମଧ୍ୟ ଛଣ ପ୍ରଦାନ କରାଯାଇଥିଲା।ସମାଜସେବୀ ରବୀନ୍ଦ୍ର ପରିଡ଼ା ଓ ଜିତେନ୍ଦ୍ର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି ସହାୟତା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ଯାତ୍ରା ଜଗତର ଜଣାଶୁଣା ନାଟ୍ୟକାର ଡଃ ଦୀପକ ଜେନା, ସରପଞ୍ଚ କାର୍ତ୍ତିକ ଧଳ, ପୂର୍ବତନ ସରପଞ୍ଚ ପ୍ରତିନିଧି ଗୋବିନ୍ଦ ଜେନା, ରୋମିଓ ରୂପୁନ ରାଉତ, ମନୋରଞ୍ଜନ ଧଳଙ୍କ ସମେତ ଉଦୟଭାନୁ କ୍ଲବର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ଏହା ସହ ଦଶରଥପୁର ସ୍ଵଚ୍ଛାସେବୀ  ବିରଜା ମଲ୍ଲିକ , ଭାଗିରଥି ସାହୁ, ଚ଼ିନ୍ମୟ ମହାନ୍ତ , ହିମାଂଶୁ ନାୟକ  , ସତ୍ୟ ରଂଜନ ମଲ୍ଲିକ , ସୁମନ ନାୟକ ଏବଂ ସୁଭମ୍ ନାୟକ ପ୍ରମୁଖ ରିଲିଫ୍ ବଣ୍ଟନ କାର୍ଯ୍ୟରେ  ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ