14 ବର୍ଷ ପରେ ଜେଲରୁ ଆଜାଦ ହେଲେ ମାଓନେତା ଆଜାଦ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଟପ ମାଓନେତା ଆଜାଦ ପ୍ରାୟ ୧୪ ବର୍ଷ ଧରି ବିଚାରାଧୀନ କଏଦୀ ଭାବେ ଜେଲ୍ରେ ରହିବ ପରେ ତାଙ୍କ ବିରୁଦ୍ଧରେ ରହିଥିବା ଶେଷ ମାମଲାରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ପାରଳାଖେମୁଣ୍ଡି ସ୍ୱତନ୍ତ୍ର ଅଦାଲତ ତାଙ୍କୁ ନିର୍ଦୋଷ ଘୋଷଣା କରିଛନ୍ତି. ଏଠାରେ ଉଲ୍ଲେଖଯୋଗ୍ୟଯେ, ବହୁଚର୍ଚ୍ଚିତ ୨୦୦୮ ମସିହାର ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ମାମଲାରେ ଗତକାଲି ମଙ୍ଗଳବାର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଵତନ୍ତ୍ର ଅଦାଲତ ଆଜାଦଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦୋଷ ଘୋଷଣା କରିଛନ୍ତି। ଏହା ତାଙ୍କ ବିରୋଧରେ ଚାଲିଥିବା ଶେଷ ମାମଲା ହୋଇଥିବାରୁ ରାୟ ପରେ ଆଜାଦଙ୍କୁ ଭୁବନେଶ୍ବର ଝାରପଡ଼ା ଜେଲ୍ରୁ ମୁକ୍ତ କରାଯାଇଛି. ପାରଳାଖେମୁଣ୍ଡିର ଅତିରିକ୍ତ ଦୌରାଜଜ୍ ତଥା ସ୍ଵତନ୍ତ୍ର ଅଦାଲତର ବିଚାରପତି ସତ୍ୟନାରାୟଣ ପାତ୍ର ମାମଲାରେ ଉପସ୍ଥାପିତ ପ୍ରମାଣ ଓ ସାକ୍ଷ୍ୟର ତର୍ଜମା କରି ରାୟ ଶୁଣାଇଛନ୍ତି ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଅଭିଯୋଗ ପକ୍ଷ ଆଜାଦଙ୍କ ସମ୍ପୃକ୍ତିକୁ ସନ୍ଦେହାତୀତ ଭାବେ ପ୍ରମାଣ କରିବାରେ ବିଫଳ ହୋଇଛି କେବଳ ସନ୍ଦେହ ଆଧାରରେ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ଅଦାଲତ ମତ ଦେଇଛନ୍ତି। ଅଦାଲତଙ୍କ ଏହି ନିର୍ଦ୍ଦେଶ ଅନୁଯାୟୀ ଆଜାଦଙ୍କୁ ଭୁବନେଶ୍ୱର ଝାରପଡା ଜେଲରୁ ମୁକ୍ତ କରାଯାଇଥିବା ସୂଚନା ମିଳିଛି. ପାରଳାଖେମୁଣ୍ଡିର ବରିଷ୍ଠ ଆଇନଜୀବୀ ସ୍ୱରୂପ କୁମାର ପାଳ ଆଜାଦଙ୍କ ଏହି ଶେଷ ମାମଲା ପରିଚାଳନା କରୁଥିଲେ.


