କାଳୀମନ୍ଦିର ଦାନ ହୁଣ୍ଡି ଭାଙ୍ଗି ଚୋରି କଲେ ଦୁର୍ବୃତ୍ତ : ଥାନାରେ ଏତଲା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ପଳାସପୁର ଗ୍ରାମ ନିକଟ ମା ‘ ଦଣ୍ଡ କାଳୀ ମନ୍ଦିର ରୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଦାନ ହୁଣ୍ଡି ଭାଙ୍ଗି ଚୋରି କରିଥିବା ଜଣାପଡିଛି।  ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ମନ୍ଦିର ପୂଜାରୀ ଭୋର ପ୍ରାୟ ୬ ଟାରେ ପୂଜା କରିବା ପାଇଁ ଆସିଥିଲେ।ପ୍ରଥମେ ମନ୍ଦିର ଗମ୍ଭୀରା ଭିତରକୁ ଯିବା ପୂର୍ବରୁ  ମୁଖ୍ୟ ଫାଟକ ଖୋଲାଥିବା ସେ ଦେଖିଥିଲେ। ଏହାପରେ ସେ ଗମ୍ଭୀରା ଭିତରକୁ ଯିବାପରେ ଫାଟକ ନିକଟରେ ଥିବା ଦାନ ହୁଣ୍ଡି  ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ପୂଜକ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ମାନଙ୍କୁ ଖବର ଦେଇଥିଲେ । ଖବର ପାଇ  ପରିଚାଳନା କମିଟି କାର୍ଯ୍ୟକର୍ତ୍ତା  ବୃନ୍ଦ ଓ ଗ୍ରାମବାସୀ ପହଞ୍ଚି ଦାନ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ମାନେ  ସେଥିରୁ ପ୍ରାୟ ୫ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ନେଇଯାଇଥିବା ଜାଣିବାକୁ ପାଇଥିଲେ ।ପରିଚାଳନା କମିଟି ସଭାପତି ଶୁକଦେବ ରେଡ୍ଡୀ,ସମ୍ପାଦକ କୃଷ୍ଣଚନ୍ଦ୍ର ପାଢ଼ୀ ଏବଂ କର୍ମକର୍ତ୍ତା ବୃନ୍ଦ ଏନେଇ  ପାଟପୁର ଥାନା କୁ  ଖବର ଦେଇଥିଲେ। ପାଟପୁର ଥାନା ପୋଲିସ ଟିମ୍ ମନ୍ଦିର ପରିସରରେ ପହଞ୍ଚି ଘଟଣାର ତଦନ୍ତ କରି ଫେରିଥିଲେ। ଚୋରି ସମ୍ପର୍କରେ ପାଟପୁର ଥାନାରେ ଏତଲା ଦିଆଯାଇଛି। ସୂଚନା ଯୋଗ୍ୟ ଯେ,ଗତ ଜୁଲାଇ ୯ ତାରିଖ ବିଳମ୍ବିତ ରାତିରେ ପାଟପୁର ଥାନା ଠାରୁ ପ୍ରାୟ ୧ ଶହ ମିଟର ଦୂର ଶ୍ରୀ ଶନିଶ୍ଚର ମନ୍ଦିରର ଦାନ ବକ୍ସ   ଭାଙ୍ଗି  ସେଥିରୁ ପ୍ରାୟ ୪ ହଜାର ଟଙ୍କା ନେଇଯାଇଥିଲେ। ସେହିପରି ଗତ ୨୦୨୫ ଜୁଲାଇ ୨୪ ତାରିଖ ବିଳମ୍ବିତ ରାତିରେ ପାଟପୁର ଥାନା ଠାରୁ ପ୍ରାୟ ୧ କି.ମି ଦୂର ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ପଞ୍ଚାୟତ ରତ୍ନମାଳାପୁର ଗ୍ରାମ ଶ୍ରୀ ବୁଦ୍ଧେଶ୍ୱର ଶୈବପୀଠ ର ଦାନ ହୁଣ୍ଡି ଓ ଶୈବପୀଠ ଭିତରେ ଥିବା ଦୁଇଟି ଦାନ ବାକ୍ସ ଭାଙ୍ଗି  ସେଥିରୁ ପ୍ରାୟ ୩୦ ହଜାର ଟଙ୍କା ନେଇଯାଇ ହୁଣ୍ଡି କୁ ବାହାରକୁ ଫୋପାଡ଼ି ଦେଇଥିଲେ। ଶୈବପୀଠ  ପରିଚାଳନା କମିଟି ତତ୍କାଳୀନ ସଭାପତି ବସନ୍ତ କୁମାର ପାଢ଼ୀ  ଥାନା ରେ ଏତଲା ଦେଇଥିଲେ। ଗତ ୨୦୨୧ ଡିସେମ୍ବର ୩ ତାରିଖ ରାତିରେ  ପାଟପୁର ଥାନା କଙ୍କୋରଡା ଗ୍ରାମ ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମାଁ ନାରାୟଣୀ ମନ୍ଦିର  ତାଲା ଭାଙ୍ଗି କିଛି ଦୁବୃର୍ତ୍ତ ମାଁ ଙ୍କ ସୁନା ନାକ ଗୁଣା ,  ୩ ଟି ମଥାଗୁଣା, ସୁନା ଶିରି , ଆଖି ଓ ପ୍ରାୟ ୪ ଭରି ଓଜନର  ସୁନା ଅଳଙ୍କାର ଓ ୫୦ ଭରି  ଓଜନର ରୂପା ଅଳଙ୍କାର ଲୁଟି ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ