ବରିଷ୍ଠନାଗରୀକ ସଂଘ ଆନୁକୂଲ୍ୟରେ ଭୂମିକା ଚକ୍ଷୁ ଚିକିତ୍ସା ଅନୁଷ୍ଠିତ
ଯାଜପୁର- ବରିଷ୍ଠ ନାଗରୀକ ସଂଘ ଆନୁକୂଲ୍ୟରେ ଭୂମିକା ଚିକିତ୍ସାଳୟ ତରଫରୁ ଯାଜପୁର ସ୍ଥିତ ଅଫିସର୍ସ କ୍ଲବରେ ମୋତିଆ ବିନ୍ଦୁ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରରେ ଶତାଧିକ ଚକ୍ଷୁରୋଗୀ ଯୋଗଦେଇଥିଲେ । ବିଶେଜ୍ଞ ଡ଼ାକ୍ତର ସୌମ୍ୟରଞ୍ଜନ ପାତ୍ର ଏବଂ ତାଙ୍କର କର୍ମଚାରୀଙ୍କ ଦ୍ୱାରା ଚକ୍ଷୁପରୀକ୍ଷା କରାଯାଇଥିଲା । ତତ୍ ମଧ୍ୟରୁ ୧୬ ଜଣଙ୍କର ମୋତିଆବିନ୍ଦୁ ଅସ୍ତ୍ରପ୍ରଚାର କରାଯାଇଥିଲା । ସେମାନଙ୍କୁ ବିନା ଦେୟରେ ଜାରକା ସ୍ଥିତ ଭୂମିକା ଚକ୍ଷୁ ଚିକିତ୍ସାଳୟ ନିଆଯାଇ ସେଠାରେ ମୋତିଆବିନ୍ଦୁ ଅସ୍ତ୍ର ପ୍ରଚାର ସହ ଆବଶକୀୟ ଲେନ୍ସ ଯୋଗାଇ ଦିଆଯାଇଥିଲା । ଉକ୍ତ ଶିବିରକୁ ଇଂ ଶିବପ୍ରସାଦ ବଳ, ପ୍ରଫେସର ଉଦୟ ନାରାୟଣ ପରିଡ଼ା ଓ ସଭ୍ୟ ବୃନ୍ଦାବନ ମିଶ୍ର ପରିଚାଳନା କରୁଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିବିରର ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ସାମଲ, ସମ୍ପାଦକ ଶ୍ରୀ ପ୍ରବୋଧ କୁମାର ନାୟକ, ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ, ଶ୍ରୀ ମଧୁସୁଦନ ମହାନ୍ତି, ପ୍ରଫେସର ଦର୍ପନାରାୟଣ ଲେଙ୍କା, ଅକ୍ଷୟ କୁମାର ସାମଲ, ଶିଶିର କୁମାର ମହାପାତ୍ର, କୁଳମଣୀ ରାଉତ, ମୋନାଲିସା ପାଣି ଆଦି ଯୋଗଦେଇ ଶିବିରକୁ ସୁ-ସଂଗଠିତ କରିଥିଲେ ।


