ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବଡ ରାଧାକାନ୍ତ ମଠ ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମଞ୍ଚର ଏକ ସାଧାରଣ ବୈଠକ ମଞ୍ଚର ସଭାପତି ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ମଞ୍ଚ ଉପଦେଷ୍ଟା ଶିବରାମ କ୍ରିଷ୍ଣା,ସମ୍ପାଦକ ହରୀମୋହନ ପଟ୍ଟନାୟକ, ଉପସଭାପତି ଶ୍ରୀରାମଚନ୍ଦ୍ର ପାଢ଼ୀ, ସମୀକ୍ଷକ ଜଗଦୀଶ ମହାପାତ୍ର ମଞ୍ଚରେ ଉପସ୍ଥିତ ଥିଲେ । କୋଷାଧ୍ୟକ୍ଷ ଙ୍କ ଅନୁପସ୍ଥିତ ରେ ସଂପାଦକ ବିବରଣୀ ପାଠ କରିଥିଲେ । ଦିବଗତ ସଦସ୍ୟମାନଙ୍କ ଉଦ୍ଧେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା ।ସଦସ୍ୟ ମାନେ ଜିଲ୍ଲା ପ୍ରଶାସନ କୁ ଗୃହ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ।ଏକ ଦଳ ଯାଇ ଏସପି ଓ ଜିଲ୍ଲାପାଳଙ୍କୁ ଦେଖା କରି ଟ୍ରାଫିକ ସମସ୍ୟା , ଯୋଗୁଁ ହଇରାଣ ହେଉଥିବବାନାଗରିକ ଙ୍କ କଷ୍ଟ ,ପୋଲିସ ପରିଚୟ ପତ୍ରପ୍ରଦାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିବେ ।ସୀତା ସାଗର ଓ ରାମ ସାଗର ର ସୌନ୍ଦର୍ଯ୍ୟ କରଣ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଗଲା । ଫରେଷ୍ଟ ଗେଟ ଠାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ ଘୋଡ଼ା ଚଢ଼ା ପ୍ରତିମୂର୍ତ୍ତି ର ସ୍ଥାପନ ପାଇଁ ପୂର୍ବରୁ ଦିଆ ଯାଇ ଥିବା ପ୍ରତିଶୃତି କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରାଗଲା ।ଦୁଇ ଜଣ ବର୍ଷିୟନ ବରିଷ୍ଠ ନାଗରିକ ଶ୍ରୀ ରବୀନ୍ଦ୍ର ଦାସ ଓ ହରେ କୃଷ୍ଣ ପାତ୍ର ଙ୍କୁ ସମ୍ମାନ ପ୍ରଦାନ କରାଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଙ୍କୁ ଗୁଣୁପୁର ଠାରୁ ହାଇଦ୍ରାବାଦ ଓ ହାୱ ଡା କୁ ଟ୍ରେନ ଏକ୍ସପ୍ରେସ ଚଲାଇବାକୁ ଅନୁରୋଧ କରାଗଲା ।ଶେଷରେ ଉପସଭାପତି ଶ୍ରୀ ରାମଚନ୍ଦ୍ର ପାଢ଼ୀ ସମସ୍ତ ସଦସ୍ୟ ଓ ସଦସ୍ୟା ତଥା ମଠ ର ପରିଚାଳକ ମାନ ଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ସଭା କୁଶ୍ରୀ ସତ୍ୟବାଦୀ ପାତ୍ର, ଲବଜେନା ଆଦି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ