ବର୍ଜପାତ ଯୋଗୁଁ ୫୭ ଛେଳି ଗୋରୁଗାଇ ଘଟଣା ସ୍ଥଳରେ ମୂର୍ତ୍ୟୁ
ଚିତ୍ରକୋଣ୍ଡା, (ଯୁଗାବ୍ଦ ନ୍ୟୁଜ):ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଂଚାୟତ ର ଜୁମଡାଙ୍ଗ ଗ୍ରାମରେ ଅଭାନୀୟ ଘଟଣା ଘଟିଛି।ଗତକାଲି ଲଗାଣ ବର୍ଷା ସହିତ ଘଡଘଡି ବର୍ଜପାତ ଯୋଗୁଁ ଜଣେ ଲୋକଙ୍କ ସହିତ ୫୭ ଛେଳି ଗୋରୁଗାଇ ଘଟଣା ସ୍ଥଳରେ ମୂର୍ତ୍ୟୁ ଘଟିଛି।ମୁତ ବ୍ୟକ୍ତି ନାମ ସନ୍ୟାସୀ ରାଓ ହନ୍ତାଳ ବୟସ ୪୦ ବର୍ଷ,ପିତା ଦାସ ହନ୍ତାଳ।ବର୍ତମାନ ଜୁମଡାଙ୍ଗ ଏହି ବିପତ୍ତି ପାଇଁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ଓ ସରକାରୀ ସହାୟତା ନିମନ୍ତେ ଅପେକ୍ଷା ଜୁମଡାଙ୍ଗ ଗ୍ରାମବାସୀ।