ବର୍ଷାରେ ଧୋଇଗଲା ରାସ୍ତା, ୧୫ ଗ୍ରାମକୁ ଯୋଗାଯୋଗ ବିଛିର୍ନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲାରେ ଗ୍ରାମାଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କେତେବେଳେ ତ କାଗଜ କଲମରେ ସୀମିତ ରହୁଛି ଆଉ କେତେବେଳେ ଅତ୍ୟନ୍ତ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ଜିଲ୍ଲାର ଗ୍ରାମାଞ୍ଚଳର ଲୋକେ କୌଣସି ସୁଫଳ ପାଇ ପାରୁନାହାନ୍ତି. ଗଜପତି ଜିଲ୍ଲାର ମୋହନା ବ୍ଲକର କଟାମା ଗ୍ରାମରେ ନିମ୍ନମାନର ରାସ୍ତା କାମ ଯୋଗୁ ବର୍ଷାରେ ଧୋଇଗଲା ରାସ୍ତା ଯଦ୍ୱାରା ୧୫ ଖଣ୍ଡ ଗ୍ରାମବାସୀଙ୍କ ଯୋଗାଯୋଗ ବିଛିର୍ନ ହେଲା. ଘଟଣାରୁ ପ୍ରକାଶ, କିଛିଦିନ ହେବ ଲଗାଣ ବର୍ଷାରେ ଧୋଇଗଲା ରାସ୍ତା । ଫଳରେ ୧୫ ଖଣ୍ଡ ଗାଁକୁ ଯାତାୟତ ବାଧପ୍ରାପ ହୋଇଛି । ଏହିଭଳି ଘଟଣା ଦେଖିବାକୁ ମିଳୁଛି ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ କଟାମା ପଞ୍ଚାୟତ ତାଞ୍ଜୁର୍ବା ଗ୍ରାମ ନିକଟରେ । ଲଗାଣ ବର୍ଷା ହେବା ଫଳରେ ରାସ୍ତାର ଗୋଟିଏ ପାର୍ଶ୍ବର ମାଟି ଧୋଇ ହୋଇ ବଡ ବଡ ଗାତ ସୃଷ୍ଟି ହୋଇଛି ।ଯାହାହ୍ବାରା କଟମା ହାଇ ସ୍କଲ ଛକ ଠାରୁ ଚାଞ୍ଜୁର୍ବା ଗ୍ରାମ ଦେଇ ବନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁକୁ ସଲଗ୍ନ କରୁଥିବା ପ୍ରାୟ ୧୫ଖଣ୍ଡ ଗାଁକୁ ଯାତାୟାତ ବାଧାପ୍ରାପ ହୋଇଛି । ଏହି ରାସ୍ତାରେ ଯାନବାହନ ଯାତାୟାତ ବାଧାପ୍ରାପ ହୋଇଛି । ତୁରନ୍ତ ରାସ୍ତା ମରାମତି କରିବାକୁ ଗ୍ରାମବାସୀ ସରକାରଙ୍କ ପାଖରେ ଦାବି କରିଛନ୍ତି । ଏଥିସହ ଏଭଳି ନିମ୍ନମାନର କାର୍ଯ୍ୟ କରିଥିବା ସରକାରୀ ଯନ୍ତ୍ରୀ ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଛି.


