ବର୍ଷିୟାନ କମ୍ୟୁନିଷ୍ଟ ନେତା ଦେହାନ୍ତ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍‌): ଭାରତୀୟକ କମ୍ୟୁନିଷ୍ଟ ପାର୍ଟି ର ବର୍ଷିୟାନ ନେତା ତଥା ଚାଷୀ ନେତା ଭାବେ ପରିଚିତ ଆର.ଏରେୟାଙ୍କ ମୃତ୍ୟୁ ଘଟିଛି । ବହୁଦିନ ଧରି ଅସୁସ୍ଥ ହୋଇ ଶଯ୍ୟାଶାୟୀ ହୋଇରହିଥିବା ବେଳେ ମଙ୍ଗଳାବର ଦିନ ତାଙ୍କର ମୃତ୍ୟୁ ଘଟିଥିଲା ।ମୃତ୍ୟୁବେଳକୁ ତାଙ୍କୁ ୮୬ବର୍ଷ ହୋଇଥିଲ।। ତାଙ୍କର ଘର ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମ ପଞ୍ଚାୟତର ବାସନାପଲ୍ଲୀ ଗ୍ରାମ ଅଟେ । ତାଙ୍କର ମୃତ୍ୟୁର ଖବର ପାଇ ଶେଷ ଦର୍ଶନ କରିବା ନିମନ୍ତେ ଛତ୍ରପୁର ସିପିଆଇ ଜୋନାଲ ସଂପାଦକ ଏସ.କ୍ରିଷ୍ଣା ରେଡ୍ଡୀ, ଆଇନଜିବୀ ଡି.ଆଦିନାରାୟଣ ରେଡ୍ଡୀ, ଏନ.ଜନାର୍ଦ୍ଦନ ରାଓ, ନାଏବ ଟି.ନାରାୟଣ ରେଡ୍ଡୀ, ଟି.ବାଲରାଜୁ ରେଡ୍ଡୀ, ନବିନ ଗୈାଡଙ୍କ ସମେତ ବହୁ ଦଳିୟ ନେତା ଓକର୍ମୀ ମାନେ ଉପସ୍ଥିତଥଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ