ଛତ୍ରପୁର ଜୀବନ ବୀମା ଅଭିକର୍ତ୍ତା ସଂଗଠନର ବାର୍ଷିକ ଉତ୍ସବ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ଜୀବନ ବୀମା ଅଭିକର୍ତ୍ତା ସଂଗଠନର ବାର୍ଷିକ ଉତ୍ସବ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ସଂଗଠନର ସଭାପତି ଗୋପାଳ କୃଷ୍ଣ ସେନାପତିଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥୀଭାବେ ଜୋନାଲ ସାଧାରଣ ସଂପାଦକ ଶୁଭେନ୍ଦୁ ପଟ୍ଟନାୟକ, ମୁଖ୍ୟ ବକ୍ତାଭାବେ ଜୋନାଲ ସହ-ସଂପାଦକ ସତ୍ୟଜିତ୍ ସାମନ୍ତରାୟ, ସମ୍ମାନୀତ ଅତିଥୀଭାବେ ଜୟରାମ ପାଳ, ନିମନ୍ତ୍ରୀତ ଅତିଥୀଭାବେ ସନ୍ତୋଷ କୁମାର ଶତପଥୀ, ପୀତାମ୍ବର ମେହେର, ରବିନ୍ଦ୍ର ସାହୁ ଯୋଗଦେଇ ଛତ୍ରପୁର ଶାଖାର ଗତ ଏକ ବର୍ଷର ସଫଳତା ବର୍ଣ୍ଣାନା କରିଥିଲେ । ଉଲ୍ଲେଖନୀୟ ଅବଦାନ ନିମନ୍ତେ ସଂଗଠନ ପକ୍ଷରୁ ମନ୍ମଥ କୁମାର ପାଢି, ଶାନ୍ତୁନୁ କୁମାର ଶତପଥୀ, ଇ.ଆନନ୍ଦ ରାଓ, ଅରୁଣ କୁମାର ଶତପଥୀ, ଜଗନ୍ନାଥ ନାହାକ, କୈଳାଶ ମଣ୍ଡଳ, ଦୁଃଖିଶ୍ୟାମ ନାହାକଙ୍କୁ ଉପଢୈକନ ପ୍ରଦାନ କରି ସମ୍ମାନୀତ କରାଯାଇଥିଲ।। । ସଂଗଠନର ସଂପାଦକ ମନ୍ମଥ କୁମାର ପାଢି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଶୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଦାସିବ ପାଣିଗ୍ରାହି, ଖଲି କୁମାର ସାହୁ, ଲୋକନାଥ ଦାଶ, ଦୟାନିଧୀ ଦାଶ, ଭଗବାନ, ବିନାୟକ ପଣ୍ଡା, ରାମେୟା ପାତ୍ର, ସିମାଞ୍ଚଳ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ ।


