ଅଜଣା ଗାଡି ଧକ୍କାରେ ୧ ମୃତ, କ୍ଷତିପୁରଣ ଦାବିରେ ଲୋକଙ୍କ ରାସ୍ତା ଅବରୋଧ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଚାମଖଣ୍ଡି ଥାନା ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଏକ ଅଜଣା ଗାଡି ଧକ୍କାରେ ଲୁନା ଏକ୍ସଏଲ୍ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକଜଣକ ଚମାଖଣ୍ଡି ପଞ୍ଚାୟତ ସୀତାନଗର ଗ୍ରାମର ଅବସରପ୍ରାପ୍ତ ଆଇଆରଇ କର୍ମଚାରୀ ନଟବର ପ୍ରଧାନ(୬୧) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସାଢେ ୭ଟାରେ ଓଆର୍‌୦୭ଏଏ-୮୫୦୬ ନମ୍ବର ଲୁନା ଏକ୍ସଏଲ୍ ଗାଡିରେ କାଳିଆବାଲି ଛକ ଠାରୁ ଗ୍ରାମକୁ ଫେରୁଥିବା ବେଳେ ଥାନା ସମ୍ମୁଖ ଜାତୀୟ ରାଜପଥ ଠାରେ ଏକ ଅଜଣା ଗାଡି ପଛପଟୁ ଧକ୍କା ଦେବା ଘଟଣା ସ୍ଥଳରୁ ଚାଳକ ଫେରାର ହୋଇଯାଇ୍‌ଥିଲା । ଫଳରେ ଘଙଟଣା ସ୍ଥଳରେ ହିଁ ନଟବରଙ୍କ ପ୍ରାଣବାୟୁ ଚାଲିଯାଇଥିଲା । କିଛି ସମୟ ପରେ ସେହି ରାସ୍ତାରେ ଦେଇ ଯାଉଥିବା ଲୋକମାନେ ଦୁର୍ଘଟଣା ସମ୍ବନ୍ଧରେ ଜାଣି ନିକଟ ଥାନା ପୁଲିସକୁ ସୂଚନା ଦେଇଥିଲେ । ଏନେଇ ସ୍ଥାନୀୟ ଲୋକେ ଏବଂ ଗ୍ରାମବାସୀ ତରଫରୁ ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥର ଦୁଇପାଶ୍ୱର୍ କୁ ଅବରୋଧ କରିଥିବା ଜଣାପଡିଛି । ଘଟଣା ସ୍ଥଳେ ଏସ୍‌ଡିପିଓ ଗୌତମ କିଷାନ୍ ଓ ଚମାଖଣ୍ଡି ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଦତା ଉପସ୍ଥିତ ରହି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରେ ଲାଗିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ