ବସନ୍ତିଆ ଅଞ୍ଚଳର ସମାଜସେବୀଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି ): ବନ୍ତ ବ୍ଲକ ବସନ୍ତିଆ ଗ୍ରାମର ସମାଜସେବୀ ତଥା ଅନୁଷ୍ଠାନପ୍ରେମୀ ହେମନ୍ତ କୁମାର ପଣ୍ଡା(୫୨)ଙ୍କ ଶୁକ୍ରବାର ସକାଳେ ପରଲୋକ ଘଟିଛି । ସେ ଗତ କିଛି ଦିନ ହେବ ଲିଭର କ୍ୟାନ୍‌ସର ରୋଗରେ ପୀଡ଼ିତ ଥାଇ ହସ୍ପିଟାଲରେ ଚିକିତ୍ସୀନ ଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଘରକୁ ଅଣାଯାଇଥିଲା । ପରେ ନିଜ ବାସଭବନରେ ତାଙ୍କର ପରଲୋକ ଘଟିଛି । ସେ ଜଣେ ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ଥିଲେ । ସେ ବସନ୍ତିଆ ରାସ ପୂର୍ଣ୍ଣିମା ପୂଜା କମିଟିର ସଭାପତି ଓ ଲକ୍ଷ୍ମୀ ମନ୍ଦିର କମିଟିର ସଭ୍ୟ ଭାବେ କାର୍ଯ୍ୟ କରିଆସୁଥିଲେ । ମୃତ୍ୟୁଶର୍ଯ୍ୟା ନିକଟରେ ପତ୍ନୀ ମିନତୀ ପଣ୍ଡାଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ସରପଞ୍ଚ, ଫାର୍ମାସିଷ୍ଟ, ବସନ୍ତିଆ ବଜାର କମିଟି ସଦସ୍ୟ ମାନେ ଉପସ୍ଥିତ ହୋଇ ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କ ମରଶରୀରକୁ କୋଭିଡ୍ ନିୟମ ପାଳନ କରାଯାଇ ଶୋଭାଯାତ୍ରାରେ ଗ୍ରାମ ଓ ବଜାର ପରିକ୍ରମା କରାଯାଇଥିଲା । ପୁତ୍ର ସଂଗ୍ରାମ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ବସନ୍ତିଆ ବଜାରର ବ୍ୟବସାୟ ପ୍ରତିଷ୍ଠାନ ଗୁଡିକକୁ ବନ୍ଦ ରଖାଯାଇଥିଲା । ସ୍ୱର୍ଗତ ପଣ୍ଡାଙ୍କ ମୃତ୍ୟୁରେ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ