ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନେଇ ବିଡିଏ ସମ୍ମିଳନୀରେ ବୈଠକ
ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) ବ୍ରହ୍ମପୁର ହଳଦିଆପଦର ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନେଇ ମଙ୍ଗଳବାର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ହଳଦିଆପଦରଠାରେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ଏହା ଏପର୍ଯ୍ୟନ୍ତ ସଠିକ ଭାବେ କାର୍ଯ୍ୟକ୍ଷମ ହୋଇନଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି । ଉକ୍ତ ବୈଠକରେ ଉପଜିଲାପାଳ ଦିଗନ୍ତ ରାଉତରାୟ, ନିଗମ କମିଶନର ତଥା ବିଡିଏ ଉପାଧ୍ୟକ୍ଷ ଚକ୍ରବର୍ତ୍ତୀ ସିଂ ରାଠୋର, ବିଡିଏ ସଚିବ ସମ୍ବିତ ରାଉତ, ବ୍ରହ୍ମପୁର ଏସ୍ପି ପିନାକୀ ମିଶ୍ର, ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।


