ବସଷ୍ଟାଣ୍ଡ ଭିତରେ ନିଆଁ ଲାଗି ଜଳିଗଲା ମିନିବସ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରିର ନୂଆ ବସଷ୍ଟାଣ୍ଡ ପରିସରରେ ଥିବା ଏକ ମିନିବସରେ ନିଆଁ ଲାଗି ଜଳିଯାଇଥିବା ଜଣାପଡିଛି । ଜି.ଉଦୟଗିରି ଶ୍ରୀରାମପଦା ଠାରେ କାର୍ଯ୍ୟକ୍ଷମ ନହୋଇ ପଡି ରହିଥିବା ନୂଆ ବସଷ୍ଟାଣ୍ଡ ପରିସରରେ ରହିଥିବା ମିନିବସ ନଂ (ଓଆର ୧୨- ୮୯୯୦) ରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ମିନିବସଟି ହୁ ହୁ ହୋଇ ଜଳିଯାଇଥିଲା । ଆଖପାଖ ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ଦମକଳ କେନ୍ଦ୍ର କୁ ଖବର ଦେଇଥିଲେ l ଖବର ପାଇ ତୁରନ୍ତ ଜି.ଉଦୟଗିରି ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ନାଥ ଦେ ଓ ତାଙ୍କ ଦଳ ସହ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ନିଆଁ ଲାଗିବା କାରଣ ବର୍ତ୍ତମାନ ସୁଧା ଜଣାପଡିନାହିଁ। କିନ୍ତୁ ଯାହା ଶୁଣିବାକୁ ମିଳୁଛି, ଅକ୍ଷମ ବସଷ୍ଟାଣ୍ଡ ପରିସରରେ ପ୍ରତିଦିନ ମଦୁଆ, ଜୁଆଡ଼ି ଓ ଗଂଜୁଡ଼ି ବ୍ୟକ୍ତି ମାନଙ୍କ ଆଡ୍ଡା ଜମୁଥାଏ, ଫଳରେ କୌଣସି ବ୍ୟକ୍ତି ଗଂଜେଇ ଟାଣି ନିଆଁ ଛାଡି ଦେଇ ଥିବାରୁ ଏପରି ହୋଇଥିବା ଅନୁମାନ କରାଯାଉଛି l ମିନିବସର ମାଲିକଙ୍କ ନାମ ଅଜୟ ଦିଗାଲ ବୋଲି ଜଣାପଡିଛି ।


