ବସୁନ୍ଧରା ଜମି ଜାଲିଆତି ମାମଲାରେ ୪ ଆରଆଇଙ୍କ ସମେତ ୫ ଗିରଫ

ଜଗତସିଂହପୁର , (ୱାଇଏନ୍‌ଏସ୍‌): ଏକ ଜମି ଦୁର୍ନୀତି ମାମଲାରେ ଆଜି କୁଜଙ୍ଗ ତହସିଲ ର ପୂର୍ବତନ ତହସିଲଦାର ତଥା ବର୍ତମାନ ଭଦ୍ରକ ଜିଲ୍ଲା ତିହିଡି ର ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କୁ କଟକ ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ ଗିରଫ କରିବା ସହ କୁଜଙ୍ଗ ତହସିଲର ୪ ଜଣ ଆର ଆଇ ଙ୍କୁ ମଧ୍ୟ ଗିରଫ କରିଛି । ଜଗତସିଂହପୁର ଜିଲ୍ଲାର ତତ୍କାଳୀନ ଉପଜିଲ୍ଲାପାଳ ବର୍ତମାନ ଅବସରପ୍ରାପ୍ତ ମହେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଘରେ ଚଢାଉ ଜାରୀ ରଖିଛନ୍ତି ।
ଖବର ରୁ ପ୍ରକାଶ ଯେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ତହସିଲ ରେ ସରକାର ଙ୍କ କଲ୍ୟାଣ ମୂଳକ ଯୋଜନାରେ ବସୁନ୍ଧରା ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନା ରେ ଭୂମିହୀନ ବ୍ୟକ୍ତି ବା ପରିବାର ଙ୍କୁ ଚିହ୍ନଟ କରି ରାଜସ୍ୱ ବିଭାଗ ପକ୍ଷରୁ ପ୍ରତି ପରିବାର ଲୋକେ ଙ୍କୁ ୨ ଡ଼ିସିମିଲ କିମ୍ବା ୪ ଡ଼ିସିମିଲ ସରକାରୀ ଜମି ଯୋଗାଇ ଦିଆଯିବ । କିନ୍ତୁ ଏହାର ସୁଯୋଗ ନେଇ ଥିଲେ କେତକ ପ୍ରଭାବଶାଳୀ ଜମି ମାଫିଆ ସେମାନେ କିଛି ରାଜସ୍ୱ ବିଭାଗ ର ଅସାଧୁ କର୍ମଚାରୀ ଙ୍କୁ ହାତ ବାରିସ କରି କାଗଜପତ୍ର ଜାଲିଆତି କରି ବସୁନ୍ଧରା ଯୋଜନା ର ମୂଳ ଲକ୍ଷ୍ୟ କୁ ବିଚ୍ୟୁତ କରି ଜମି ହାତେଇଲେ ।
ଏହି ଜମି ଦୁର୍ନୀତି ସମ୍ପର୍କରେ ୨୦୧୮ ମସିହାରେ ଜିଲାପାଳ ଅ୍ୱଗତ ହେବା ଓ ସମ୍ପୃକ୍ତ ଅଞ୍ଚଳରୁ ଅଭିଯୋଗ ପାଇଲା ପରେ ତାହାକୁ ଆମୂଳଚୂଳ ତଦନ୍ତ ପାଇଁ ଉକ୍ତ ମାମଲା କୁ ଭିଜିଲାନ୍ସ ବିଭାଗକୁ ହସ୍ତାନ୍ତର କରିଥିଲେ ଓ ଏସମ୍ପର୍କରେ ତଥ୍ୟରୁ ନିଜେ ତଦନ୍ତ କରି କୁଜଙ୍ଗ ତହସିଲ ର ଜଣେ ଆର ଆଇ ଙ୍କ ସସପେଣ୍ଡ କରିଥିଲେ ।
ଦୀର୍ଘ ୩ ବର୍ଷ ଧରି କଟଜ ଭିଜିଲାନ୍ସ ପକ୍ଷରୁ ଉକ୍ତ ଘଟଣାର ତଦନ୍ତ କରିବା ପରେ ଭିଜିଲାନ୍ସ ର ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଥିଲା ।ସେଥିରେ ଭିଜିଲାନ୍ସ ଏସ ପି ଏମ ରାଧା କ୍ରୀଷ୍ଣାନ ଙ୍କ ନେତୃତ୍ୱରେ ଏକ ନଅ ଜଣିଆ ଟିମ ଗଠନ ହୋଇଥିଲା ସେଥିରେ ଜଣେ ଅତିରିକ୍ତ ଏସ ପି , ୧୧ ଜଣ ଡି ଏସ ପି , ୬ ଜଣ ଇନ୍ସପେକ୍ଟର ଆଜି ଭଦ୍ରକ ଜିଲାର ତିହିଡି ତହସିଲ ର ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଙ୍କ ସରକାରୀ ବାସ ଭ୍ୱନ ଭୁବନେଶ୍ୱର ଓ ନିଜ ଗ୍ରାମ ରେ ଚଢ଼ାଉ ଜାରି କରି ତାଙ୍କୁ ଗିରଫ କରାଯାଇଛି ,,ଏଥି ସହିତ ୪ ଜଣ ଆର ଆଇ ସନ୍ତୋଷ କୁମାର ମଳିକ , ଝିମାଣି ,ଶ୍ରୀ ସୁବାଷ ଚନ୍ଦ୍ର ଦାସ , କୁଜଙ୍ଗ ,ଶ୍ରୀ ଜ୍ୟୋତି ଭୂଷଣ ବାରିକ , ପାଣ୍ଡୁଆ , ନରେନ୍ଦ୍ର କୁମାର ଲେଙ୍କା ପାରାଦୀପ ଗଡ଼ ଙ୍କୁ ମଧ୍ୟ ଗିରଫ କରାଯାଇଛି । ଏଥି ସହିତ ତତ୍କାଳୀନ ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି ( ବର୍ତ୍ତମାନ ଅବସରପ୍ରାପ୍ତ ) ତାଙ୍କୁ ତାଙ୍କ ଭୁବନେଶ୍ୱର ବାସଭବନରେ ଜେରା କରୁଛି ,ଜେରା ଓ ବିଭିନ୍ନ ସ୍ଥାନରେ ତାଙ୍କ ଘର ରେଡ ଚୂଡାନ୍ତ ପରେ ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଭିଜିଲାନ୍ସ ଏସ ପି ଙ୍କ କାର୍ଯ୍ୟଳୟ ସୂତ୍ରରୁ ଜଣାପଡ଼ିଛି । ଭିଜିଲାନ୍ସ ପକ୍ଷରୁ ଏହି ବାବଦରେ ଏକ କ୍ରିମିନାଲ ମିସକଣ୍ଡକ୍ଟ ,ମିସଆପ୍ରୋପ୍ରିଏସନ , ଫର୍ଜରି ଓ କ୍ରିମିନାଲ କନ ସ୍ପାଇରାସି ଆଧାରରେ କେସ ନମ୍ବର ୪ / ୧୮ ଋଜ୍ଜୁ କରି ଦଫା ୧୩ ( ୨) ଆର / ଡବ୍ଲୁ ୧୩ (୧ , ପିସି ଏ ଏମ ଡି ଆକ୍ଟ ୨୦୧୮ ସହିତ ୪ ୬୬/୪୦୯ /୧୨୦ ଆଇ ପି ସି ରେ ମକଦ୍ଦମା ରୁଜୁ ହୋଇଛି । ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ଏବେ ସୁଦ୍ଧା ୧୬ ଜଣ ଙ୍କ ନାମରେ ମାମଲା ରୁଜୁ କରାଯାଇଛି ,ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ