ବସ୍ତା ବିଜେପିର ପ୍ରାରମ୍ଭିକ ସଦସ୍ୟ ହରେନ୍ଦ୍ର କୁମାର ଦାସଙ୍କ ଘର ବାହୁଡ଼ା
ବାଲେଶ୍ୱର, (ସରୋଜ ପଣ୍ଡା) :-ବସ୍ତା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଡ଼ପଦା ପଞ୍ଚାୟତ ନିବାସୀ ହରେନ୍ଦ୍ର କୁମାର ଦାସ ଯିଏକି ତାଙ୍କ ରାଜନୈତିକ ଜୀବନ ଭାରତୀୟ ଜନତା ପାର୍ଟିରୁ ଆରମ୍ଭ କରି ଦୀର୍ଘଦିନ ଧରି ଅନେକ ଗୁରୁ ଦାଇତ୍ୱ ତୁଲାଇଥିଲେ ସିଏ ଗତ ପଞ୍ଚାୟତ ନିର୍ବାଚନ ସମୟରେ ମନମାଳିନ୍ୟ କାରଣରୁ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ । ମାତ୍ର କେଇଟି ମାସ ମଧ୍ୟରେ ସେ ତାଙ୍କ ଭୁଲ୍ ବୁଝିପାରି ଭାରତୀୟ ଜନତା ପାର୍ଟିରେ ପୁନଃ ଯୋଗଦାନ କରିଛନ୍ତି । ଆଜି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ତାଙ୍କୁ ଦଳିୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଉପସଭାପତି ପ୍ରଦୀପ କୁମାର ପଣ୍ଡା ଓ କମଳଲୋଚନ ଦାସ, ନଗର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ପଣ୍ଡା, ବସ୍ତା ମଣ୍ଡଳ ସଭାପତି ରଞ୍ଜନ କୁମାର ମହାନ୍ତି, ବସ୍ତାର ବରିଷ୍ଠ ନେତା ସୂର୍ଯ୍ୟ ସାହୁ ଓ ଦେବାଶିଷ ମହାପାତ୍ର ଓ ବସ୍ତା ମିଡ଼ିଆ ସଂଯୋଜକ ଦିବାକର ରାଉତ ଶ୍ରୀଯୁକ୍ତ ଦାସଙ୍କୁ ପୁଷ୍ପ ଓ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ I


