ବାଇକ୍ ଦୁର୍ଘଟଣା ରେ ମହିଳାଙ୍କ ମୃତ୍ୟ

ରାଇକିଆ,(ଓ୍ବାଇଏନ୍ଏସ୍): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଦୁଗଡବଡି ନିକଟ ରେ ରବିବାର ସକାଳ ଏକ ବାଇକ୍ ଦୁର୍ଘଟଣା ରେ ଜଣେ ମହିଳା ଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ଗୁଡ଼ାକିଆ ଗ୍ରାମର ଜସ୍ମିନ୍ ପ୍ରଧାନ । ସେ ନିଜ ଭାଇ ରିଙ୍କୁ ପ୍ରଧାନଂକ ସହ ଲତେଡି ଗ୍ରାମକୁ ଯାଉ ଥିବା ବେଳେ ବାଇକ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଥିଲା । ଘଟଣା ସ୍ଥଳରେ ହିଁ ଜସ୍ମିନ ଙ୍କର ମୃତ୍ୟୁ ଘଟିଥିଲା । ଆହତ ରିଙ୍କୁ ପ୍ରଧାନଙ୍କୁ ରାଇକିଆ ମେଡିକାଲ ରେ ଭର୍ତି କରାଯାଇଥିଲା । ଏ ନେଇ ଏକ ମାମଲା କେସ ନ ୧୮/୨୧ ରେ ରାଇକିଆ ଥାନାରେ ରୁଜୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ