ବାତ୍ୟା ଦାନାର ମୁକାବିଲା ପାଇଁ ବାଲେଶ୍ବର ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଜୀବନ ସୁରକ୍ଷା ରଖିବା ପାଇଁ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ବାଲେଶ୍ୱର ଜିଲ୍ଲା ରେ ବିଜୁ ଜନତା ଦଳ ତରଫରୁ ଏକ ବୈଠକ ଆୟୋଜିତ କରାଯାଇ ବାତ୍ୟା ଦାନାର ମୁକାବିଲା ଏବଂ ବିପଦପୂର୍ଣ୍ଣ ଅବସ୍ଥା ରେ ଥିବା ଲୋକଙ୍କୁ ପାଖରେ ପହଞ୍ଚି ସାହାଯ୍ୟ କରିବା ସହ ଯଥା ଶୀଘ୍ର ସରକାରୀ ସହାୟତା ପହଞ୍ଚାଇବା ନେଇ ବ୍ୟସ୍ତ କରିବା ପାଇଁ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ନେତୃତ୍ଵଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ଏହି ପରିପ୍ରେକ୍ଷୀରେ ବାଲେଶ୍ବର ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏକ ବୈଠକରେ ଯୋଗଦେଇ ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଜନତାଙ୍କ ସେବା ବିଜୁ ଜନତା ଦଳର ପ୍ରଥମ କର୍ତ୍ତବ୍ୟ ଏହାକୁ ସମସ୍ତ କର୍ମୀ ସୁଚାରୁ ରୂପେ ପାଳନ କରିବା ସହ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ଏକ ମଡେଲ ରାଜ୍ୟରେ ପରିଣତ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ନେଇ ସମସ୍ତେ ଏକତ୍ର ହୋଇ ବାତ୍ୟାରେ “ଜିରୋ କାଜୁଆଲିଟି ” ଲକ୍ଷ୍ୟ ହାସଲ ପାଇଁ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବା ପାଇଁ ଶ୍ରୀଯୁକ୍ତ ଦାସ ଆହ୍ୱାନ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ,ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର,ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ,ବସ୍ତା ବିଧାୟିକା ସୁବାସିନୀ ଜେନା,ନିଳଗିରୀର ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ସଦରର ପୂର୍ବତନ ବିଧାୟକ ସ୍ବରୂପ ଦାସ,ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିହାଂର,ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ,ମୁନିସିପାଲିଟି ଅଧ୍ୟକ୍ଷା ସବିତା ସାହୁ,ଉପାଧ୍ୟକ୍ଷ କୈଳାସ ସେଠୀ,ସଦର ବ୍ଲକ ଅଧ୍ୟକ୍ଷ ସୁନିତା ବେହେରା,ଜିଲ୍ଲା ବିଜେଡି ଉପସଭାପତି ବରଦା ପ୍ରଶନ୍ନ ପଟ୍ଟନାୟକ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ରଂଜନ ବାଗ,ଜିଲ୍ଲା ସମ୍ପାଦକ ମନୋଜ ରାଉତ,ଭାଗବତ ସାହୁ,ରାଜ୍ୟ ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ,ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଧିରେନ ନାୟକ,ତାପସ ପାଣିଗ୍ରାହୀ,ଜିଲ୍ଲା ଛାତ୍ର ସଭାପତି ସିମନ ଦାସ ମହାପାତ୍ର,ଛାତ୍ର ବିଜେଡି ରାଜ୍ୟ ସମ୍ପାଦକ ବିଭୁଦତ୍ତ ପରିଡା,ଅର୍ବାନ ବ୍ୟାଙ୍କ ସଭାପତି ସୂର୍ଯ୍ୟକାନ୍ତ କର,ଜିଲ୍ଲା ମହିଳା ଉପ ସଭାପତି ରଂଜିତା ମହାପାତ୍ର,ରେମୁଣା ବିଧାୟିକା ପାର୍ଥିନୀ ବିଦ୍ୟାସ୍ମିତା ମହାଳିକଙ୍କ ସମେତ ବହୁ ଯୁବ,ଛାତ୍ର,ମହିଳା ନେତୃତ୍ୱବୃନ୍ଦଙ୍କ ସହ ଜନ ପ୍ରତିନିଧି ଉପସ୍ଥିତ ଥିଲେ।ବାତ୍ୟା “ଦାନା”ର ମୁକାବିଲା ପାଇଁ ପ୍ରଶାସନକୁ ସଚେତନ କରିବା ଏବଂ ପ୍ରଭାବିତ ଲୋକଙ୍କ ନିକଟରେ ତୁରନ୍ତ ପହଞ୍ଚି ବିଭିନ୍ନ ସେବା ଯୋଗାଇବା ନିମନ୍ତେ ବିଜୁ ଜନତା ଦଳର ଏକ କମିଟି ଗଠନ କରାଯାଇଥିଲା।ବୈଠକ ପରେ ଏକ ପ୍ରତିନିଧି ଦଳ ବିପର୍ଯ୍ୟୟ ମୁକାବିଲା ଦାୟିତ୍ଵ ରେ ଥିବା ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଏକ ଲିଖିତ ପତ୍ର ପ୍ରଦାନ କରାଯାଇଥିଲା।