ବାଲିଆରେ ନିଃଶୁଳ୍କ ଆୟୁର୍ବେଦିକ ସ୍ୱାସ୍ଥ୍ୟ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଆୟୁର୍ବେଦିକ ଚିକିତ୍ସକ ସଂଘ ‘ବୈଦ୍ୟାୟନ’ଓ ବାଲିଆ ଶ୍ରୀଜଗନ୍ନାଥ ମନ୍ଦିର କମିଟିର ମିଳିତ ସହଯୋଗରେ ଏକ ନିଃଶୁଳ୍କ ଆୟୁର୍ବେଦିକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଆୟୁର୍ବେଦିକ ଚିକିତ୍ସକ ଡାକ୍ତର ପ୍ରଭାକର ରଥ ଏହି ଶିବିରକୁ ଉଦଘାଟନ କରିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତେ ଏହି ଭଳି ସ୍ୱାସ୍ଥ୍ୟ ଶିବିର ଆୟୋଜନ ନିଷ୍ପତି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ବରିଷ୍ଠ ଉପଦେଷ୍ଟା ମଦନ ମୋହନ ପଣ୍ଡା ଏଥିରେ ଉପସ୍ଥିତ ରହି ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏଥି ସହିତ ବାଲେଶ୍ୱରରେ ବେଶ ପ୍ରସିଦ୍ଧି ଲାଭ କରିଥିବା ବାଲିଆ ଶ୍ରୀ ଜଗନ୍ନାଥ ମନ୍ଦିରରେ ରଥଯାତ୍ରାକୁ ୨୫ବର୍ଷ ପୂରୁଥିବା ବେଳେ ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ ହେବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । ‘ବୈଦ୍ୟାୟନ’ର ସଦସ୍ୟ ଡାକ୍ତର ପ୍ରଭାତ ରଞ୍ଜନ ପ୍ରଧାନ, ଡାକ୍ତର ସାଇମାଧବ ସେଠୀ, ଡାକ୍ତର ସୁଭଦ୍ରା ବେହେରା, ଡାକ୍ତର ଶାଶ୍ୱତୀ ଦାସ, ଡାକ୍ତର ସମ୍ପାକୀ ପରିଡ଼ା, ଡାକ୍ତର ପ୍ରମୋଦ କୁମାର ରାଉତ, ଡାକ୍ତର ସମ୍ବିତ ଦାସ, ଡାକ୍ତର ହିମାଦ୍ରୀ ଭଞ୍ଜ, ଡାକ୍ତର ଦେବବ୍ରତ ପାତ୍ର ପ୍ରମୁଖ ଏହି ଶିବିରରେ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଉପାଦେୟ ପରାମର୍ଶ ଓ ଔଷଧ ପ୍ରଦାନ କରିଥିଲେ । ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଉପଦେଷ୍ଟା ଶୈଳେନ୍ଦ୍ର ପ୍ରସାଦ ଦାଶଙ୍କ ସମେତ ଅପୂର୍ବରଞ୍ଜନ ପାଣିଗ୍ରାହୀ, ଅରୁଣ କୁମାର ଦାଶ, ବନମାଳି ନାୟକ, ସଞ୍ଜୟ ପଣ୍ଡା, ହିମାଦ୍ରୀ ମଣ୍ଡଳ, ଦୀନବନ୍ଧୁ ନାଟୁଆ, ଉତ୍ତମ କୁମାର ପାତ୍ର, ରବିରଞ୍ଜନ ପାଣିଗ୍ରାହୀ, ସନ୍ତୋଷ ନାଟୁଆ, ରତିକାନ୍ତ ରାଉତ, ଅମରେନ୍ଦ୍ର ମହାନ୍ତି, ସୌମ୍ୟରଞ୍ଜନ ପ୍ରଧାନ, ବାସୁଦେବ ଚୌଧୁରୀ, କମଳାକାନ୍ତ ବେହେରା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ