ବାଲିଗୁଡାରେ ବିଜେପି ପକ୍ଷରୁ କଳା ଦିବସ ପାଳିତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଭାରତୀୟ ଜନତା ପାର୍ଟି ପକ୍ଷରୁ ବାଲିଗୁଡା ବିଧାନସଭା କ୍ଷେତ୍ର ର କୋଟଗଡ ଓ ତୁମୁଡିବନ୍ଧ ମଣ୍ଡଳ ରେ କଳା ଦିବସ ପାଳିତ ହୋଇଯାଇଛି । କୋଟଗଡ ମଣ୍ଡଳ ସଭାପତି ପ୍ରକାଶ ସୁବୁଦ୍ଧି ଙ୍କ ସଭାପତିତ୍ଵ ରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ରେ ଏହି କଳା ଦିବସ ପାଳନ କରାଯାଇଛି । ୧୯୭୫ ମସିହା ଜୁନ ୨୫ ତାରିଖ ଆଜିର ଦିନରେ କଂଗ୍ରେସ ସରକାର କ୍ଷମତା ରେ ରହିବା ପାଇଁ ଭାରତୀୟ ଗଣତନ୍ତ୍ରର ଏକ କଳା ଦିବସ ସୃଷ୍ଟି କରିବା ସହ ଜରୁରୀ କାଳୀନ ପରିସ୍ଥିତି ଜାରୀ କରିଥିଲେ । ବିରୋଧୀ ଦଳ ନେତାଙ୍କୁ ଜେଲ ହାଜତକୁ ପଠାଇଥିଲେ । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ସେହି ଦିନକୁ କଳା ଦିବସ ଭାବେ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ବାଲିଗୁଡା ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଙ୍କ ସମେତ ସାଧାରଣ ସମ୍ପାଦକ ପ୍ରତାପ ନାୟକ ,ମୋହନ ବଳିଆରସିଂ ,ବିରଞ୍ଚି ଗାଉଣ୍ଟିଆ ,ବେଲଘର ସରପଞ୍ଚ ଗୋବିନ୍ଦ ମାଝି ସୁଜିତ ଦଲାଇମାଝି ଚିନିବର ବଳିଆରସିଂ ,ପିତର ବଳିଆରସିଂ ପ୍ରମୁଖ ଉପସ୍ଥିତ ଥିଲେ । ସେହି ଭଳି ତୁମୁଡିବନ୍ଧ ମଣ୍ଡଳ ସାଧାରଣ ସମ୍ପାଦକ ଯଶବନ୍ତ ମାଝି ଙ୍କ ସଭାପତିତ୍ଵ ରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ କଳା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବେଲଘର ସରପଞ୍ଚ ଗୋବିନ୍ଦ ମାଝି ଙ୍କ ସମେତ ବଳଦେବ ନାୟକ ,ପବିତ୍ର ବେହେରା ,ଯୁବ ମୋର୍ଚା ସଭାପତି ଶଙ୍କର ବଡନାୟକ,ଗଙ୍ଗାଧର ଗରଡିଆ ,ପିଟକୁ ମାଝି ,ସରୋଜ ନାୟକ ,ନନ୍ଦ କିଶୋର ନାୟକ ,ନୃସିଂହ ପାତ୍ର ,ଟୁନୁ କାନ୍ତ ପାତ୍ର ,ଅନନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।


