ବାଲିଗୁଡାରେ ସିରିଜ ଦୁର୍ଘଟଣା ପରେ ପୋଲିସର ଯାନବାହନ ଯାଞ୍ଚ କଡାକଡି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଦୀର୍ଘ ଦିନ ଧରି ଦିନକୁ ଦିନ ନିଶା ବ୍ୟବସାୟ ବୃଦ୍ଧି ପାଇବା ଓ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ସହ ଯାନବାହନ ଯାଞ୍ଚ ବ୍ୟବସ୍ଥା ଶିଥିଳ ହୋଇଯାଇଥିବାରୁ ଅଞ୍ଚଳରେ ପ୍ରତିଦିନ ଗୋଟିଏ ଦୁଇଟି ଛୋଟ ବଡ଼ ଦୁର୍ଘଟଣା ହେଉଛି l ବିଶେଷ କରି ଏଥିରେ ଯୁବପିଢ଼ି ସଂଶ୍ଲିଷ୍ଟ ରହୁଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ l ଯାହା ଫଳରେ ଦିନକୁ ଦିନ ଏ ଭଳି କାର୍ଯ୍ୟକଳାପ ବୃଦ୍ଧି ପାଉଛି l ଏପରି ସ୍ଥିତିରେ ଶୁକ୍ରବାର ସନ୍ଧ୍ୟାରେ ସହରର ମଧ୍ୟ ଭାଗରେ ଥିବା ରାଜସ୍ୱ ବଙ୍ଗଳା ସମ୍ମୁଖରେ ସିରିଜ ଦୁର୍ଘଟଣା ଘଟାଇ ଜଣେ ଯୁବକ ନିଶାଗ୍ରସ୍ତ ହୋଇ ଏ ଦ୍ରୁତ ଗତିରେ ବାଇକ ଚାଳନା କରି ବିଭିନ୍ନ ସ୍ଥାନରେ ସିରିଜ ଦୁର୍ଘଟଣା ପରେ ଏକ ଜଳଖିଆ ଦୋକାନ କୁ ଧକ୍କା ଦେବାରୁ ସେଠାରେ ଥିବା ୭ଜଣରୁ ଊର୍ଧ୍ଵ ଲୋକ ଆହତ ହୋଇଥିବା ବେଳେ ଜଣେ ନିରୀହ ଯୁବ ଡ୍ରାଇଭର ପ୍ରାଣ ହରାଇଥିଲେ l ଏହାକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା l ଏ ନେଇ ଶନିବାର ଦିନ ଡ୍ରାଇଭର ସଂଘ ତରଫରୁ ବାଲିଗୁଡାରେ ରାସ୍ତାରୋକ କରି ସହରରେ ଆଇନ ଶୃଙ୍ଖଳା ଓ ଟ୍ରାଫିକ ବିପର୍ଯ୍ୟସ୍ତ ନେଇ ପୋଲିସକୁ ଘେରିଥିଲେ ଏହା ପରେ ପୋଲିସ ଶନିବାର ସନ୍ଧ୍ୟାରେ ଆକ୍ସନ ମୁଡକୁ ଆସିଛି l ଥାନା ଅଧିକାରୀ ସୁଶାନ୍ତ ସାହୁଙ୍କ ଉପସ୍ଥିତରେ ଶନିବାର ସନ୍ଧ୍ୟାରେ ବାଲିଗୁଡାର ଗାନ୍ଧୀ ଛକ ନିକଟରେ ଷ୍ଟ୍ରୀଟ ରୋମିଓ, ଦ୍ରୁତ ଗତିରେ ଚଳାଉଥିବା ବାଇକ ଚାଳକ, ବାଇକ ରେ ଦୁଇରୁ ଅଧିକ ଯାଉଥିବା ବ୍ୟକ୍ତି ମାନଙ୍କୁ ଅଟକାଇବା ସହ ଏଣେ ତେଣେ ବାଇକ ରଖୁଥିବା ବାଇକ ଚାଳକ ମାନଙ୍କୁ ଜୋରିମାନା ଆଦାୟ କରି ତାଗିଦ ମଧ୍ୟ କରିଛନ୍ତି l ବର୍ତ୍ତମାନ ଆଲୋଚନାର ବିଷୟ ପୋଲିସ କେତେଦିନ ଏଭଳି ଆକ୍ସନ ମୂଡ଼ରେ ରହିବା ସହ ସହରର ଟ୍ରାଫିକ ସମସ୍ୟାକୁ କିପରି ସୁଧାରିପାରିବ ସେ ବିଷୟ ଦେଖିବାକୁ ବାକି ରହିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ