ଜମି ଜମା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ,ଥାନା ରେ ମାମଲା ରୁଜୁ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ମାଦାଙ୍ଗୀ ଗାଁ ନିକଟରେ ଦୀର୍ଘ ଦିନ ହେଲା ରହିଆସୁଥିବା ଏକ ଜାଗା କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁ ମୁହିଁ ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ଏ ନେଇ କୋଟଗଡ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି । ଘଟଣାରୁ ପ୍ରକାଶ ଯେ କୋଟଗଡ ତହସିଲ ଅନ୍ତର୍ଗତ ମାଦାଙ୍ଗୀ ଗାଁ ନିକଟ ଏକ ଖାଲି ସ୍ଥାନ ରେ ଦୀର୍ଘ ୮ ରୁ ୧୦ ବର୍ଷ ହେବ କିଛି ଅଣ ଆଦିବାସୀ ଲୋକ ଘର କରି ରହି ଆସୁଛନ୍ତି । ନିଜର ପେଟପାଟଣା ପିଲାଙ୍କ ପାଠ ପଢିବା ଓ ସୁସ୍ଥ ସେବା ସୁବିଧାରେ ପାଇବା ପାଇଁ ସହର ଠାରୁ ଅଳ୍ପ ଦୂର ରେ ଏଭଳି ଖାଲି ଜାଗା ଦେଖି ବସତି ସ୍ଥାପନ କରିଆସୁଛନ୍ତି । କିନ୍ତୁ ଏବେ କିଛି ଦିନ ହେବ କିଛି ଆଦିବାସୀ ବ୍ୟକ୍ତି ତାଙ୍କ ଜାଗା କହି ତାଙ୍କ ସହ ଝଗଡା କରିବା ସହ ସେଠାରୁ ଘର ଛାଡି ଚାଲିଯିବା ପାଇଁ କହିବା ସହ ମୁହାଁ ମୁହିଁ ହୋଇ ଗଣ୍ଡଗୋଳ କରୁଥିବା ନେଇ ଥାନାର ଦ୍ଵାରସ୍ତ ହୋଇଛନ୍ତି ପନିନା ନାୟକ ନାମକ ମହିଳା । ଏତଲା ରେ ଦର୍ଶାଇ ଛନ୍ତି ଗତ ଡିସେମ୍ବର ସାତ ତାରିଖ ଗୁରୁବାର ରାତି ରେ ଆଦିବାସୀ ୧୧ ଜଣ ଆସି ଘରେ ପଶି ନାନା ଗାଳିଗୁଲଜ କରିବା ସହ ମହିଳା ଙ୍କୁ ମାଡ଼ ମାରିଥିଲେ ଏବଂ ଦୁଇଟି ଘର ଭଙ୍ଗାରୁଜା କରିଦେଇଥିଲେ । ସେହି ପରି ଆଦିବାସୀ ପକ୍ଷରୁ ଉକ୍ତ ଜାଗା ଆମ ନାମରେ ରହିଛି ଏଣୁ ତୁରନ୍ତ ଖାଲି କରିବା ପାଇଁ କହିବା ପରେ ଆମକୁ ଅଣ ଆଦିବାସୀ ମାନେ ଗଣ୍ଡଗୋଳ କରୁଛନ୍ତି ବୋଲି ଏକ ଲିଖିତ ଏତଲା ଅନିଲ ବଡ଼ମାଝି ଥାନାରେ ଦେବା ସହ ତାଙ୍କ ନାମରେ ଆସିଥିବା ଅଭିଯୋଗ ଭିତ୍ତି ହୀନ ବୋଲି କହିଛନ୍ତି । ଅଣ ଆଦିବାସୀ ଓ ଆଦିବାସୀ ଏନକେ ପକ୍ଷରୁ ଥାନା ରେ ଦୁଇଟି ଲିଖିତ ଏତଲା ଆଧାରରେ କୋଟଗଡ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ଉଭୟ ଗୋଷ୍ଠୀ ବୁଝା ସୁଝା କରିବା ସହ କିଛି ନ ତୁଟିବା ରୁ ୧୬୬/୨୩ ଓ ୧୬୭ /୨୩ ଦୁଇଟି ମାମଲା ରୁଜୁ କରିବା ସହ ତଦନ୍ତ ଚାଲୁ ରହିଥିବା କହିଛନ୍ତି | ଆଦିବାସୀ ଓ ଅଣ ଆଦିବାସୀ ଏହି ଜମି ଜମା କୁ ନେଇ ମୁହାଁ ମୁହିଁ ଘଟଣା କୁ ନେଇ ପୂର୍ବରୁ କୋଟଗଡ ଚର୍ଚା ରହିଥିବାରୁ ପୁଣି ସେହି ଘଟଣା ର ପୁନରାବୃତ୍ତି ନ ହେବ ପୂର୍ବରୁ କିଭଳି ଘଟଣା ର ସମାଧାନ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ର ମୁଣ୍ଡ ବ୍ୟଥା ବଢିଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ