ବାଲିଗୁଡା ଉପଖଣ୍ଡରେ ୧୫ଜଣ ଜିଲ୍ଲାପରିଷଦ ପାର୍ଥୀଙ୍କ ନାମାଙ୍କନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁବାର ୧୫ଜଣ ଜିଲ୍ଲାପାରିଷଦପାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେଥିମଧ୍ୟରୁ ବିଜେପିର ୧୨ ବିଜେଡି୨ ଓ ଆମଆଦମୀ ପାର୍ଟୀର ଜଣେ ପ୍ରାଥୀ ରହିଛନ୍ତି । ସେମାନଙ୍କ ମଧ୍ୟରେ ବିଜେପିର ୧ନଂ କ. ନୁଆଗାଁ ଜୋନରୁ ମୀରା ନାୟକ,୨ନଂ କୋଟଗଡର ଜୋନର ସୁବାଷ ମଳିକ, ୫ନଂ ଜିଉଦୟଗିରି ଜୋନର ସତ୍ୟଭାମା ପ୍ରଧାନ, ୬ନଂ ଚକାପାଦ ଜୋନର ରଚନା ନାୟକ, ୭ନଂ ଟିକାବାଲି ଜୋନର ଅଂଜଳି ଦଳବେହେରା, ୮ନଂ ଟିକାବାଲି ଜୋନର ନମିତା କହଁର, ୯ନଂ ତୁମୁଡିବନ୍ଧ ଜୋନର ନାରାୟଣ ପାତ୍ର, ୧୦ନଂ ଦାରିଙ୍ଗବାଡି ଜୋନରଅର୍ଚ୍ଚନା ପ୍ରଧାନ, ୧୧ନଂ ଦାରିଙ୍ଗବାଡି ଜୋନର ଫିଲିପ ବେହେରାପାତ୍ର, ୧୫ନଂ ବାଲିଗୁଡା ଜୋନର ଆନନ୍ଦ କହଁର, ୧୬ନଂ ବାଲିଗୁଡା ଜୋନର ନେତ୍ର ମାନସେଠ, ୧୭ନଂ ରାଇକିଆ ଜୋନର ଝୁଲିମା ଦଳବେହେରା, ସେହିଭଳି ବିଜେଡିର ୨ଜଣ ୬ନଂ ଚକାପାଦ ଜୋନର ମମତାରାଣୀ ବେହେରା, ୯ନଂ ତୁମୁଡିବନ୍ଧ ଜୋନର ନବୀନ ପାତ୍ର ଓ ଆମଆଦମୀ ପାର୍ଟିି (ଆପ୍) ଦଳରୁ ୧୭ନଂ ରାଇକିଆ ଜୋନର ଅଗସ୍ତିନ ଦିଗାଳ ଜିଲ୍ଲାପରିଷଦ ପାଇଁ ପାର୍ଥୀପତ୍ର ଦାଖଲ କରିଛନ୍ତି । ଗତକାଲି ୭ଜଣ ଜିଲ୍ଲାପରିଷଦ ପାର୍ଥୀ ଭାବରେ ପାର୍ଥୀପତ୍ରଦାଖଲ କରିଥିଲେ । ସମୁଦାୟ ଗୁରୁବାର ସୁଧା ୨୨ଜଣ ପାର୍ଥୀପତ୍ର ଦାଖଲ କରିଛନ୍ତି । ଗୁରୁବାର ପାର୍ଥୀ ପତ୍ର ଦାଖଲ ସମୟରେ ବିଜେପିର ଜିଲ୍ଲା ସଭାପତି ଜଗନ୍ନାନଥ ସାହୁ, ପୁର୍ବତନ ବିଧାୟକ କରନ୍ଦ୍ର ମାଝୀ, ଦେବେନ୍ଦ୍ର କୁଦେଇ, ଫୁଲବାଣି ବିଧାୟକ ଅଙ୍ଗଦ କହଁର, ତୁିମୁଡିବନ୍ଧ ବିଜେଡି ବ୍ଲକ ସଭାପତି ପ୍ରମୋଦ ସାହୁଙ୍କ ସମେତ ବହୁ ସମର୍ଥକ ସାମିଲ ଥିଲେ । ବାଲିଗୁଡା ବ୍ଲକରସରପଂଚ ପାର୍ଥୀଭାବେ ୧୧ଜଣ, ସମିତିସଭ୍ୟ ପାର୍ଥୀ ପାଇଁ ୯ଜଣ ଓ ଓାଡମେମ୍ବର ପାଇଁ ୩୬ଜଣ ପାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ତୁମୁଡିବନ୍ଧ ବ୍ଲକର ଓାଡମେମ୍ବର ୪୫, ରପଂଚ୧୦,.ସମିତିସଭ୍ୟ୫ ଜଣ ପାର୍ଥୀପତ୍ର ଦାଖଲ କରିଛନ୍ତି, କ.ନୁଆଗାଁ ବ୍ଲକରେ ଓାଡମେମ୍ବର ୩୮ଜଣ, ସରପଂଚ ୭ଜଣ ଓ ସମତିସଭ୍ୟ ୮ଜଣ ପାର୍ଥୀପତ୍ର ଦାଖଲ କରିଛନ୍ତି । କୋଟଗଡ ବ୍ଲକରେ ଓାଡ ମେମ୍ବର୪୭, ସରପଂଚ ୯ଜଣ ଓ ସମିତିସଭ୍ୟ ୪ ଜଣ ପାର୍ଥୀପତ୍ର ଦାଖଲ କରିଥିବା ବାଲିଗୁଡା ତହସିଲଦାର ତଥା ଭାରପ୍ରାପ୍ତ ଉପଜିଲ୍ଲାପାଳ ଶଶାଙ୍କ ଶେଖର ପାତ୍ର ସୁଚନା ଦେଇଛନ୍ତି ।