ବାଲିଗୁଡା ସ୍କାଉଟ ମାଷ୍ଟର ତୀର୍ଥବାସୀ ଘଡେଇଙ୍କୁ ଗୋଲ୍ଡ ମେଡାଲ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟ ସ୍ତରୀୟ ସ୍କାଉଟ ଏବଂ ଗାଇଡ୍ସର ଜାଗୃତି କ୍ୟାମ୍ପ ରାଜ୍ୟ ତାଲିମ କେନ୍ଦ୍ର,ବରଗାଁ ସୁନ୍ଦରଗଡ ଠାରେ ତା ୨୭/୧୦/୨୨ରୁ ୩୧/୧୦/୨୨ରିଖ ପର୍ଯ୍ୟନ୍ତ ପାଂଚଦିନ ଧରି ଅନୁଷ୍ଠିତ ହୋଇଥିଲା ।ଏଥିରେ ୩୦ଟି ଶିକ୍ଷାଜିଲ୍ଲା ସହ ୮ଟି ଏସଏସଡି ଜୋନରୁ ୧୦୫୦ ଜଣ ସ୍କାଉଟଗାଇଡ୍ ଓ ଓ ୯୨ଜଣ ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନ ଯୋଗ ଦେଇଥିଲେ । ରାଜ୍ୟ ବକୃତା ପ୍ରତିଯୋଗିତାରେ କନ୍ଧମାଳ ଜୋନର ସ୍କାଉଟ ମାଷ୍ଟର ତୀର୍ଥବାସୀ ଘଡାଇ ଜିଲ୍ଲା ତରଫରୁ ପ୍ରତିନିଧିତ୍ୱ କରି ମୋ ଦୃଷ୍ଟିରେ ଜାଗୃତି ଓ ଏସଡିଜିର ୧୭ଟି ପଏଣ୍ଟ ଉପସ୍ଥାପନା କରି ସମସ୍ତଙ୍କର ପ୍ରୀୟଭାଜନ ହେବା ସହ ମୁଖ୍ୟ ପ୍ୟାଟ୍ରନ ଓ ମୁଖ୍ୟ କମିଶନର ଡଃ କାଳି ପ୍ରସାଦ ମିଶ୍ରଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି । ସ୍କାଉଟ ମାଷ୍ଟର ତୀର୍ଥବାସୀ ଘଡାଇଙ୍କ ଘର ବାଲିଗୁଡା ସ୍ତିତ ପଣଷପୋଡି ଠାରେ ଅବସ୍ଥିତ ସେ ସମ୍ପ୍ରତି ଆଶ୍ରମ ବିଦ୍ୟାଳୟ ଗଟାଙ୍ଗି ଠାରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି । ସେ କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଗୌରବ ଆଣିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ଶୁଅ ଛୁଟିଛି ।