ଗୋଛାପଡାରେ ସିଆରପିଏଫ ତରଫରୁ ଜନସମ୍ପର୍କ ଶିବିର: ଗ୍ରାମବାସୀ ଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଗୋଛାପଡା ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ଗୋଛାପଡା ଖେଳ ପଡ଼ିଆ ଠାରେ ବିଭିନ୍ନ ବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଗୋଛାପଡା ପଞ୍ଚାୟତର ଗୋଛାପଡା,ପିପିଲମାଲା, ଦାମାରେଜୁ, ସାଙ୍ଗଯୋଡ଼ା ଏବଂ ଟଣାଶୁ ଗ୍ରାମବାସୀଙ୍କୁ ସିଆରପିଏଫ ୧୨୭ ବାଟାଲିୟନ ତରଫରୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ୧୨୭ ବାଟାଲିୟନର ସେକେଣ୍ଡ ଇନ କମାଣ୍ଡ ଶ୍ରୀ ମୌଲି ମୋହନ କୁମାର, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଶ୍ରୀ ନେଲଇଆପ୍ପାନ ପି, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ସାହୁ, ଗୋଛାପଡା ସରପଞ୍ଚ ଯୁଗାନ୍ତ କହଁର,ସଲାଗୁଡ଼ା ସରପଞ୍ଚ ରୋହିତ କହଁର ପ୍ରମୁଖଙ୍କ ଉପସ୍ଥିତରେ ଏକ କାର୍ଯ୍ୟକ୍ରମରେ ଭଲିବଲ ଏବଂ ଭଲିବଲ ନେଟ, ଫୁଟବଲ, ହ୍ୟାଣ୍ଡବଲ,ଦୁଇଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି ଏବଂ ରୋଷେଇ ଉପକରଣ ଯଥା ଆଲୁମିନିୟମ କଡେ଼ଇ, ଷ୍ଟିଲ କରଚି,ଷ୍ଟିଲ ଫ୍ରାଏଙ୍ଗ ପ୍ୟାନ, ସର୍ଭିସ ଚାମଚ, ଷ୍ଟିଲ ଗ୍ଲାସ ଏବଂ ଷ୍ଟିଲ ପ୍ଲେଟ ପ୍ରତ୍ୟେକ ପରିବାରରେ ୪-୫ ଜଣଙ୍କୁ ନେଇ ଗଠିତ ଏବଂ ଗୋଛାପଡା ପଞ୍ଚାୟତର ଆଭାବି ଏବଂ ଗରିବ ପରିବାରକୁ ପ୍ରଦାନ କରାଯାଇଛି।ଏହି ମାନବିକ ସିଭିକ ଆକ୍ସନ କାର୍ଯ୍ୟକ୍ରମ ଗୃହ ମନ୍ତ୍ରଣାଳୟର ଆର୍ଥିକ ସହାୟତା ଯୋଜନାରେ ଅନୁଷ୍ଠିତ ହୋଇଥିଲା। ଏହି ଯୋଜନା ଅଧୀନରେ ସମୁଦାୟ ୨୦ ପରିବାର ୧୫୦ଉର୍ଦ୍ଧ୍ବ ଲୋକ ଏବଂ ୨ଟି ବିଦ୍ୟାଳୟ ଉପକୃତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ