ବାଲିଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ
କେନ୍ଦ୍ରାପଡା – କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ,ସାରସ୍ୱତ ସମାରୋହ,କବିତା ପାଠୋତ୍ସବ ସମେତ ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା । ବାଲିଯାତ୍ରା ମହୋତ୍ସବ କମିଟି କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ ଓ ଉପଦେଷ୍ଟା ଡଃ.ନାରାୟଣ ପ୍ରସାଦ ଜେନାଙ୍କ ପରିଚାଳନାରେ ପ୍ରଥମେ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତର୍କ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପରେ ଆମ ଗାଁ ସାହିତ୍ୟ ପରିଷଦ ଆନୁକୁଲ୍ୟରେ ପରିଷଦର ସଭାପତି ସଞ୍ଜୟ କୁମାର ମଲ୍ଲିକଙ୍କ ପୈାରହିତ୍ୟରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ସେଥିରେ ଗବେଷକ ତଥା କରିଲୋପାଟଣା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡଃ.ସର୍ବେଶ୍ୱର ସେଣ,ମେଜର ଭରତ ଚନ୍ଦ୍ର ଜେନା ଓ ସମ୍ପାଦକ ସ୍ୱପ୍ନାଶୁ ଦାସ ଯୋଗଦେଇ ବାଲିଯାତ୍ରାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ବାଲିଯାତ୍ରା କମିଟି ସଭାପତି ପ୍ରଦୀପ କୁମାର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ କବି ଅଶୋକ କୁମାର ସାହୁ ଓ ଇଶ୍ୱର ଚନ୍ଦ୍ର ପୃଷ୍ଟି କବିତା ପାଠୋତ୍ସବର ସଂଯୋଜନା କରିଥିଲେ । ଉତ୍ସବର ଦ୍ୱତୀୟ ଅଧିବେସନ ସନ୍ଧ୍ୟାରେ ବାଲିଯାତ୍ରା କମିଟି ସଭାପତି ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟିକା ତଥା ରାଜ୍ୟ ଖାଦ୍ୟ କମିଶନର ସଦସ୍ୟା ଡଃ.ସିପ୍ରା ମଲ୍ଲିକ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା ମୁଖ୍ୟବକ୍ତା,ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ କୁମାର ଅଗ୍ରୱାଲ ଓ ପୂର୍ବତନ ଡେପୁଟୀ କଲେକ୍ଟର ବିଜୟ କୁମାର ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନୈାବାଣିଜ୍ୟର ଗୈାରବମୟ ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିସହିତ କେନ୍ଦ୍ରାପଡାରେ ବାଲିଯାତ୍ରା ଏକ ଐତିହାସିକ ପଦକ୍ଷେପ ଓ ଏହା ବିକାଶର ବାର୍ତ୍ତା ବହନ କରେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଆଇନଜୀବି ରମଣୀରଞ୍ଜନ ରାଉତରାୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ସଞ୍ଜୟ ଜେନା ବୀବରଣୀ ପଠନ ଓ ଜିଲ୍ଲା ସାହିତ୍ୟ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କମିଟି ସମ୍ପାଦକ ଶ୍ରୀ ଜେନା କମିଟିର ସଦସ୍ୟମାନଙ୍କୁ ଉତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କମିଟି ଉପସଭାପତି ଧିରେନ୍ଦ୍ର କୁମାର ଦାସ, ଗୁଲନଗର ସରପଂଚ ପୀତବାସ ବେହେରା, ନାଏବ ସରପଂଚ ସୁନିତା ସାହୁ, କମିଟି ସଦସ୍ୟ ଗଗନ ବିହାରୀ ଜେନା, ମୃତ୍ୟୁଞ୍ଜୟ ସାହୁ, ପ୍ରମୋଦ ପ୍ରଧାନ, ଟୁଟୁ ଗେରୁ, କିଶୋର ପ୍ରଧାନ, କୈଳାସ ଗେରୁ, ମୀର ସଫିକ, ପ୍ରଦୀପ ରଥ, ସେକ ମତୁ, ମହମ୍ମଦ ସେକ ଇନାୟତ, ଜିତୁ ଗେରୁ, ଜଗନ୍ନାଥ ଦାସ, ତ୍ରିଲୋଚନ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ବହୁ ସାହିତ୍ୟିକ,ବୁଦ୍ଧିଜୀବି ଓ କବିମାନେ ଉପସ୍ଥିତ ଥିଲେ ।