ବାଲେଶ୍ୱର କ୍ୟାଥୋଲିକ ଚର୍ଚ୍ଚରେ ବଡ଼ଦନକୁ ସ୍ୱାଗତ

ବାଲେଶ୍ୱର, (ସରୋଜ ପଣ୍ଡା) : ମହାପୁରୁଷ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଜନ୍ମଦିନ ‘ବଡ଼ଦିନ’ ଅବସରରେ ସହରର ପୁରାତନ କ୍ୟାଥୋଲିକ ଚର୍ଚ୍ଚ ଆଲୋକମାଳାରେ ଝଲସି ଉଠୁଛିି । ୨୪ତାରିଖ ସଂନ୍ଧ୍ୟାରେ ଏଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ବଡ଼ଦିନକୁ ସ୍ୱାଗତ କରାଯାଇଥିଲା । ବାଲେଶ୍ୱର ରୋମାନ କ୍ୟାଥୋଲିକ ଡାଇଓସିସ ପ୍ରଶାସକ ଫାଦର ଆଇଜାକ କେକ କାଟିବା ସହ ବଡ଼ଦିନ ପାଳନର ଯଥାର୍ଥତା ଓ ସମଗ୍ର ମାନବ ସମାଜ ପ୍ରତି ପ୍ରଭୁ ଯୀଶୁଙ୍କ ବାଣୀ ସମ୍ପର୍କରେ ଆଲୋକପାତ କରିଥିଲେ । ଚର୍ଚ୍ଚର ମୁଖ୍ୟ ଫାଦର ଯଦୁ ମାରାଣ୍ଡି, ସହ-ଯାଜକ ଫାଦର ସୁନୀଲ ମିଞ୍ଜ, ବାଲେଶ୍ୱର ସାମାଜିକ ସେବା ସଂସ୍ଥାର ମୁଖ୍ୟ ଫାଦର ଚେରିଆନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇଥିଲେ । ସିଲୁ ସାହା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରୂପା ବଟଲର ଓ ସାଥୀମାନେ ବାଇବେଲ ପାଠ ଓ ସଙ୍ଗୀତଗାନ କରିଥିଲେ । ବିଶ୍ୱଜିତ ସାହା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କ୍ୟାଥୋଲିକ ଚର୍ଚ୍ଚ ପରିସରରୁ ଖ୍ରୀଷ୍ଟିୟାନ ସମ୍ପ୍ରଦାୟ ଯୁବକଙ୍କ ଦ୍ୱାରା ମୋଟର ସାଇକେଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା ସହ ସହରବାସୀଙ୍କୁ ପବିତ୍ର ଖ୍ରୀଷ୍ଟମାସର ଶୁଭେଚ୍ଛା ପ୍ରଦାନ କରାଯାଇଥିଲା । ସୁଦୀପ ପିଟର, ଦେବାଶିଷ ରେଜା, ଅଜୟ ବୀର, ରୋଜି ପଟ୍ଟନାୟକ, ସୁନୀତା ସାହା, ସଂଯୁକ୍ତା ଯୋଶେଫ ପ୍ରମୁଖ ଏଥିରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ